ସିପିଆଇ (ଏମଏଲ) ଲିବରେସନ ତରଫରୁ ନାମାଙ୍କନ ପତ୍ର ଦାଖଲ

0
28
ସିପିଆଇ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୨/୪) : ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ମୁଖ୍ୟ ବଜାର ଦେଇ ଗୁଣପୁର ନିର୍ବାଚନ ଅଧିକାରୀଙ୍କ ନିକଟରେ ସି ପି ଆଇ (ଏମଏଲ) ଲିବରେସନ ର ରାଜ୍ୟ କମିଟି ସଭ୍ୟ ଅନାସିମ ଶବର ଓ ପଦ୍ମିନୀ ଗମାଙ୍ଗ ଗୁଣପୁର ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।WhatsApp Image 2024 04 22 at 19.34.19 ସିପିଆଇ (ଏମଏଲ) ଲିବରେସନ ତରଫରୁ ନାମାଙ୍କନ ପତ୍ର ଦାଖଲ

ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ପଡିଛି, କେନ୍ଦ୍ର ଶାସନରେ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି । ଦରବୃଦ୍ଧି ସାଙ୍ଗକୁ ବେକାର ବଢ଼ୁଛି, ଚାଷି ଆତ୍ମହତ୍ୟା କରୁଛି । ରାଜ୍ୟ ସରକାର ଆଦିବାସୀ ଉନ୍ନତି ନାଁ ରେ ଭୋଟ ଭିକ୍ଷା କରି ଗାଦିରେ ବସିବା ପରେ ଆଉ ଆଦିବାସୀ ମାନଙ୍କୁ ଆଡ ଆଖିରେ ଦେଖୁ ନାହାଁନ୍ତି । ତେଣୁ , ଆଦିବାସୀ ହରିଜନ ଓ ଦଳିତଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ସହ ଗୁଣୁପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ତିନି ତାରା ପତାକା ଚିହ୍ନରେ ଭୋଟ ଦେବାକୁ ବିଧାୟକ ପ୍ରାର୍ଥୀ ଅନାସିମ୍ ଶଵର ଅନୁରୋଧ କରିଥିଲେ ।

ଆଜିର ଏହି ନାମାଙ୍କନ କାର୍ଯ୍ୟକ୍ରମରେ ସତ୍ୟମନୁ ପ୍ରଧାନ (ରାଜ୍ୟ କମିଟି ସଭ୍ୟ), ତ୍ରିପତୀ ଗମାଙ୍ଗ (ସିପିଆଇ ଏମ୍ ଏଲ ଲିବରେସନର , ସମ୍ପାଦକ) , ବୃନ୍ଦାବନ ବିଡିକା, ମିନ ଶବର , ରାଇନା ଶବର, କୈଳାସ ଶବର, ଅଗୟ ଶବର, ଜମେସ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply