ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ କରୁଛି ପୁଲିସ

0
22
ଟ୍ରେନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୩/୦୪) : ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି । ଟ୍ରେନ୍‌ ଲାଇନରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା ମୃତଦେହ ।

ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଯବତ କରିବା ସହିତ ତଦନ୍ତ କରୁଛି । ମୃତ ଯୁବକଙ୍କର ନାଁ ଜଣାପଡ଼ି ନଥିବା ବେଳେ ତାଙ୍କ ଘର ରାଉତମୁଣ୍ଡା ଗାଁରେ ବୋଲି ଯଣାପଡ଼ି । ଏଭଳି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଉତମୁଣ୍ଡା ଗାଁ’ରେ। ଗାଁ ପାଖରେ ଥିବା ରେଳ ଲାଇନରୁ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତ ଯୁବକ ଜଣକ ରବିବାର ରାତିରେ ରାଉତମୁଣ୍ଡା ଗାଁକୁ ଏକ ବିବାହ ଉତ୍ସବରେ ଆସିଥିବା ନେଇ ଗାଁ’ରେ ଚର୍ଚ୍ଚା ହେଉଛି । ତେବେ ଆଜି ସକାଳୁ ଟ୍ରେନ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା କରି କିଏ ପିଙ୍ଗିଦେଇଛନ୍ତି ନାଁ ଏହା ଏକ ଆତ୍ମହତ୍ୟା ଏହାର କାରଣ ଜଣାପଡ଼ିନାହିଁ। ତେବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଜିଆରପି ପୁଲିସ l

Leave a Reply