ପାରଳା ଆସନ ପାଇଁ ନାମାଙ୍କନ ଭରିଲେ ରୁପେଶ

0
55
ପାରଳା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୪) : ଆଜି ପାରଳା ଆସନ ପାଇଁ ବିଜେଡି ର ରୁପେଶ ପାଣିଗ୍ରାହୀ ନିଜ ର ନାମାଙ୍କନ ଭରିଛନ୍ତି

ନିଜର ହଜାର ହଜାର ସମର୍ଥକ ସହ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି । ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ସ୍ଥାନୀୟ ରାମ ନଗର ବାସ ଭବନ ରୁ ଗୁମ୍ମା, ଗୋଶାଣୀ ଓ କାଶୀନଗର ବ୍ଲକ ର ହଜାର ହଜାର ସମର୍ଥକ ଓ ନେତା ମାନଙ୍କ ଗହଣା ରେ ଆଦିବାସୀ ଙ୍କ ବାଜା ରେ ଗାନ୍ଧୀ ଛକ, ରାଜଦାଣ୍ଡ, ଦେଇ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ । ସେଠାରେ ନିଜ ର ସମର୍ଥକ ଙ୍କ ଗହଣ ରେ ନାମାଙ୍କନ ପତ୍ର ଉପ ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଙ୍କୁ ପ୍ରଦାନ କରିଥିଲେ ।

ନିଜ ର ପିତା ଶିଳ୍ପ ପତି ଶ୍ରୀ ତିରୁପତି ପାଣିଗ୍ରାହୀ, ମୋହନା ପ୍ରାର୍ଥୀ ଆନ୍ତର୍ଜାମୀ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ, ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ ବିରରାଜୂ, ଵାଲା ସାୟାମ୍ମା, ବ୍ଲକ ବିଜେଡ଼ି ସଭାପତି ଅଖିଳ ପାତ୍ର, ରକମ ସତୀଶ, ନାରୀ ନେତ୍ରୀ ମାନସୀ ପାଣିଗ୍ରାହୀ, ଛାତ୍ର ବିଜୁ ଜନତା ଦଳ ର ରାଜେଶ ପାଣିଗ୍ରାହୀ, ସରପଞ୍ଚ ସଞ୍ଜୟ ମିଶ୍ର, ଯୋଗ ଦେଇଥିଲେ । ତିନିଗୋଟି ବ୍ଲକ ରୁ ପ୍ରାୟ ଦଶ ହଜାର ରୁ ଅଧିକ ସମର୍ଥକ ଯୋଗ ଦେଇ ଶକ୍ତି ପ୍ରଦର୍ଶନ କରିଥିଲେ ।

Leave a Reply