ସେମିଷ୍ଟାର ପରୀକ୍ଷାରେ ଅନିୟମିତତା ଅଭିଯୋଗ : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

0
37
ସେମିଷ୍ଟାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବଲାଙ୍ଗିର, (୨୨/୦୪) : ସେମିଷ୍ଟାର ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏଥି ସକାଶେ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରଛାତ୍ରୀମାନେ । ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତିି ଯେ, ପ୍ରତି ଛ’ ମାସରେ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ ୨ ମାସ ଅନ୍ତରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସେମିଷ୍ଟର ପରୀକ୍ଷା କରାଯାଉଛି । ଏଥିପାଇଁ ସେମାନଙ୍କ ପ୍ରସ୍ତୁତିରେ ଅସୁବିଧା ହେଉଥିବା ଦର୍ଶାଯାଇଛି । ଦୁଇ ତିନିଦିନ ତଳେ ଛାତ୍ରଛାତ୍ରୀମାନେ ଭିସିଙ୍କୁ ତାଙ୍କ ସମସ୍ୟା ସଂପର୍କରେ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।

Leave a Reply