ବିଧାନ ସଭା ପ୍ରାର୍ଥୀନୀ ଶ୍ରୀମତି ଅନୁ ସୟା ମାଝି ନାମାଙ୍କନ ପତ୍ର ଦାଖଲ

0
346
ବିଧାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୪) : ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଲେ ଶ୍ରୀମତି ଅନୁସୟା ମାଝିWhatsApp Image 2024 04 23 at 22.44.42 ବିଧାନ ସଭା ପ୍ରାର୍ଥୀନୀ ଶ୍ରୀମତି ଅନୁ ସୟା ମାଝି ନାମାଙ୍କନ ପତ୍ର ଦାଖଲ

ମଙ୍ଗଳ ବାର ଦିନ ଜଗନ୍ନାଥ୍ ମନ୍ଦିର ନିକଟରୁ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା। ଢ଼ୋଲ୍, ନିଶାନ, ଓ ଡି.ଜେ ର ତାଳେ ତାଳେ ବିଜେଡ଼ିର କର୍ମୀ ଓ ସମର୍ଥକ ଝୁମି ଉଠିଥିଲେ । ଏହି ଶୋଭାଯାତ୍ରା ରାୟଗଡ଼ ମୁଖ୍ୟ ବଜାର ଦେଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଓଭର ବ୍ରିଜ ଦେଇ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଞ୍ଚିଥିଲେ । ସେହିଭଳି ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାନ ସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।WhatsApp Image 2024 04 23 at 22.42.57 ବିଧାନ ସଭା ପ୍ରାର୍ଥୀନୀ ଶ୍ରୀମତି ଅନୁ ସୟା ମାଝି ନାମାଙ୍କନ ପତ୍ର ଦାଖଲ

ଏହି ସଭା ଯାତ୍ରାରେ ରାୟଗଡା ଜିଲ୍ଲା ବିଜେଡ଼ି ସଭାପତି ଏନ୍ ଭାସ୍କର ରାଓ ଉପସ୍ଥିତ ଥିବା ବେଳେ, ମହିଳା ବିଜେଡ଼ି ନେତ୍ରୀ ଶ୍ରମିଷ୍ଠା ପାଢ଼ୀ, ରାୟଗଡା ନିର୍ବାଚନ ମଣ୍ଡଳୀର ପରି ଚାଳନା ଦାୟିତ୍ୱରେ ଥିବା ଶ୍ରୀ କୃଷ୍ଣ ମହାପାତ୍ର ଙ୍କ ସମେତ ଜଗଦୀଶ ପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲ୍ ବିହାରୀ ହିମିରିକା, ଶ୍ରୀ ବିନାୟକ କର ଏବଂ ବିଜେଡ଼ି ଦଳ ର ଅନ୍ୟ ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଜନ ହିତକାରୀ ଯୋଜନା ଗୁଡ଼ିକୁ ଲୋକ ଲୋଚନକୁ ଆଣିବା ସହିତ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ସେମାନଙ୍କ ପାଇଁ କରିଥିବା ନିଃସ୍ଵାର୍ଥ ସେବା ହିଁ ଆମ ପାଇଁ ନିର୍ବାଚନ ବୈତରଣୀ ପାର ହେବାରେ ସହାୟକ ହେବ ବୋଲି କହିଛନ୍ତି ।

Leave a Reply