ମହୁମାଛି ଆକ୍ରମଣ ଜଣେ ଗୁରୁତର

0
17
ମହୁମାଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୫/୦୪) : ମହୁମାଛି ଆକ୍ରମଣ ରେ ଜଣେ ଗୁରୁତର । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀଧର ଧରୁଆ। ତାଙ୍କ ଘର ହେଉଛି ପାଟଣାଗଡ଼ ଥାନା ମୁଣ୍ଡୋମହୁଲ ଗାଁ’ରେ ବୋଲି ଜଣାପଡ଼ିଛି ।

ଶ୍ରୀଧର ଆଜି ସକାଳେ ଖେତକୁ ଯାଇଥିଲେ । ଖେତରେ ହଳ କରୁଥିବା ବେଳେ ମହୁମାଛି ର ଶିକାର ହୋଇଥିଲେ । ଏତେ ମାତ୍ରାରେ ମହୁ ମାଛି ଆକ୍ରମଣ କରିଥିଲେ ଯେ ଶ୍ରୀଧର ଗୁରୁତର ହୋଇପଡ଼ି ଥିଲେ। ପରିବାର ଲୋକ ଖବାର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଘଟଣା ସ୍ଥଳରୁ ପରିବାର ଲୋକେ ଶ୍ରୀଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏହା ପରେ ଅମ୍ବୁଲାନ୍ସକୁ ଖବାର ଦେଇଥିଲେ ପରିବାର ଳୋକ ଯଥା ଶିଘ୍ର ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ପାଟଣାଗଡ଼ ଡାକ୍ତରଖାନାକୁ ନେଥିଲା । ସେଠାରେ ତାଙ୍କର ଚିତ୍ସା ଚାଲିଛି ।

Leave a Reply