ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

0
50
ଶତାୟୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୬/୦୪) : ଆଜି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।WhatsApp Image 2024 04 27 at 08.12.17 ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ

ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ (୧୦୪)ଙ୍କ ଘରକୁ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ପ୍ରମୁଖ ଯାଇ ସମ୍ବର୍ଦ୍ଧିତ କରିଥିଲେ । ପୋୖର କାର୍ଯ୍ୟାଳୟର ତାପସ ପଟ୍ଟନାୟକ, ରଶ୍ମିରଂଜନ ଚୌଧୁରୀ ମାନପତ୍ର ତିଆରି କରିଥିଲେ । ସମ୍ବର୍ଦ୍ଧିତ ସମୟରେ ଗୁଣମଞ୍ଜରୀଙ୍କ ପୁତ୍ର ବିଶିଷ୍ଟ କୃଷିବିତ କୃଷ୍ଣ ଚନ୍ଦ୍ର ବେବର୍ତ୍ତା ଓ ଗୌରଚନ୍ଦ୍ରଙ୍କ ପୁତ୍ର ପ୍ରଦୀପ ପାଢ଼ୀ (ନୁନୁ ପାଢ଼ୀ) ଉପସ୍ଥିତ ଥିଲେ ।

Leave a Reply