ଅନ୍ଧାର ଘେରରେ ପୁରୁଷୋତ୍ତମପୁର କାଳୀ ମନ୍ଦିର ଛକ

0
19
ଅନ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୨୭/୦୪) : ପୁରୁଷୋତ୍ତମପୁର କାଳୀ ମନ୍ଦିର ଛକ ଅନ୍ଧାର ଥିବାରୁ ରାତ୍ରରେ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ହେଉଛି ।WhatsApp Image 2024 04 27 at 08.13.23 ଅନ୍ଧାର ଘେରରେ ପୁରୁଷୋତ୍ତମପୁର କାଳୀ ମନ୍ଦିର ଛକ

କାରଣ ଏନ.ଏ.ସି.ର କାଳୀ ମନ୍ଦିର ଛକରେ ହାଇମାକ୍ସ ଲାଇଟ ଲାଗିଥିଲା ଯାହା ଦ୍ୱାରା ଲୋକଙ୍କ ବହୁତ ସୁବିଧା ହେବା ଦ୍ୱାରା ରାତ୍ରରେ ଗାଈଗୋରୁ,ଷଣ୍ଢଙ୍କ ଆଜ୍ରମଣ ଏବଂ ମଦୁଆ ଗାଡିଚାଳକଙ୍କ ବେପରୁଆ ଗାଡ଼ି ଚଲେଇବା ଦ୍ୱାରା ବହୁତ ଦୁର୍ଘଟଣାକୁ ଏଡାଇ ଦିଆଯାଉ ଥିଲା । ତାହା ସହିତ,ଏହି ଉଜ୍ବଳ ଆଲୋକ ଦ୍ୱାରା ଚୋରୀ,ଡକାୟତି ରେ ମଧ୍ୟ ସୁଧାର ଆସିଥିଲା । କିନ୍ତୁ ସେଠାରେ ଅଗଷ୍ଟ ମାସରେ ହାଇମାକ୍ସ ଲାଇଟକୁ ବାହାର କରାଯାଇ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିରାଟ ସ୍ତମ୍ବରେ ସୁନ୍ଦର ଜାତୀୟ ପତାକା ସ୍ଥାୟୀ ଭାବେ ଉତ୍ତୋଳନ କରି ସବୁଦିନ ପାଇଁ ବ୍ୟବସ୍ଥା କରାଯାଇଥିଲା ।

ସେବେ ଠାରୁ ସେହି ସ୍ଥାନ ଅନ୍ଧାରରେ ରହୁଥିଲା । ବର୍ତମାନ ଲଗାଯାଇଥିବା ଜାତୀୟ ପତାକା ସ୍ତମ୍ଭ ୧୦ ମିନଟର କାଳ ବୈଶାଖିର ପ୍ରଭାବରେ ତାହା ଭାଙ୍ଗି ଯାଇଛି । ବର୍ତମାନ ବିଭିନ୍ନ ଲୋକଙ୍କ ପ୍ରଶ୍ନ ଲାଇଟ ଯୋଗୁଁ ସେହି ସ୍ଥାନ ଭଲଥିଲା । କିନ୍ତୁ ଶସ୍ତା ମେଟେରିଆଲ ଯୋଗୁଁ ସେହି ସ୍ତମ୍ଭ ଭାଙ୍ଗି ଗଲା । ତେବେ ସେଠାରେ ହାଇମାକ୍ସ ସ୍ଥାପନା ହେବ ନା ପୁଣି ସେହି ଜାତୀୟ ପତାକା ସ୍ତମ୍ଭ ଲାଗିବ ବୋଲି ଜନସାଧାରଣଙ୍କ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ତେଣୁ ଏନ.ଏ.ସି.କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହାଉପରେ ଗୁରୁତ୍ୱ ଦେଇ ହାଇମାକ୍ସ ଲାଇଟ ଲଗାଇଲେ ଭଲ ହେବ ବୋଲି ଜନ ସାଧାରଣ ଅନୁରୋଧ କରିଛନ୍ତି ।

Leave a Reply