ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ରୀ

0
21
ଲୁଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୭/୦୪) : ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଲୁଣା ନଦୀରେ ଏହି ଅଘଟଣ ଘଟିଛି । ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା ଆଜି ସକାଳେ ଅଭିଲିପ୍ସା ଓ ତାଙ୍କ ସାଙ୍ଗ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା । ଉଭୟ ପାଣିରେ ବୁଡ଼ି ଯାଇଥିଲେ । ନଦୀ ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀ ଭାସିଯାଉଥିବା ଦେଖି ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ହେଲେ ଅଭିଲିପ୍ସାଙ୍କର ପତ୍ତା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ନିଖୋଜ ଛାତ୍ରୀଙ୍କୁ ମିଳିତ ଭାବେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି ।

Leave a Reply