ଆମ୍ବ ଗଛରୁ ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
26
ଆମ୍ବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୭/୦୪) : ଗାଁ ମୁଣ୍ଡ ଆମ୍ବ ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଶିକାରଘାଟି ଗାଁ’ରେ ।

ଉଭୟ ଯୁବକ ଯୁବତୀ ଶିକାରଘାଟି ଗାଁର ହୋଇଥିବା ଜଣାଯାଇଛି । ଆଜି ସକାଳେ ଯୁବକଯୁବତୀଙ୍କ ମୃତଦେହ ଗାଁ ମୁଣ୍ଡ ଆମ୍ବଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଯୁବତୀ ଜଣଙ୍କ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି କାରଣ ସ୍ପଷ୍ଟ ହୋଇନାହିଁ । ଉଭୟ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି ।

 

Leave a Reply