ଗାଧୋଇବା ବେଳେ ସୁଅରେ ଭାସିଗଲେ ଯୁବକ

0
16
ଗାଧୋଇବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୯/୦୪) : ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ମୃତ । ମୃତ ଯୁବକ ନାଁ ହେଉଛି ସେବକ ରଥ। ତାଙ୍କ ଘର ତାଳକୁସୁମ ଗାଁରେ ବୋଲି ଯଣାପଡ଼ିଛି ।

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା ଅନ୍ତର୍ଗତ ତାଳକୁସୁମ ଗାଁ’ରେ । ଆଜି ସକାଳେ ସେବକ ରଥ ଚିତ୍ରୋତ୍ପଳା ନଦୀକୁ ସାଙ୍ଗ ମାନଙ୍କ ସହ ଗାଧୋଇ ବାକୁ ଯାଇଥିଲେ । ଗାଧୋଇବା ବେଳେ ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେବକଙ୍କୁ ଅନେକ ସମୟ ଖୋଜାଖୋଜି କରିବା ପରେ ଶେଷରେ ତାଙ୍କୁ ପାଇଥିଲେ । ତେବେ ସଙ୍ଗେସଙ୍ଗେ ସେବକଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲକୁ ନେଇ ଯାଇଥିଲେ ସ୍ଥାନୀୟ ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ପଟେ ସେବକଙ୍କ ଜେଜେ ମା’ ଙ୍କର ମୃତ୍ୟୁକୁ ୧୨ଦିନ ହୋଇଥିବା ବେଳେ ଆଜି ତାଙ୍କର ଦ୍ୱାଦଶ ଭୋଜି ଚାଲିଥିଲା । ଅନ୍ୟପଟେ ସେବକଙ୍କ ମୃତ୍ୟୁ ଘଟଣା ତାଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି ।

Leave a Reply