କାଉନସିଲରଙ୍କ ଭାଇକୁ ମିଳିଥିଲା ଧମକ, ପରେ ଘରେ ପଶି ପିଟିଲେ ଦୁର୍ବୃତ୍ତ

0
30
କାଉନସିଲର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୭/୦୪) : ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଜୀବନରୁ ମାରିଦେବାକୁ ଫୋନ୍‌ରେ ମିଳିଥିଲା ଧମକ ।

ଗତକାଲି ରାତିରେ ଦୁର୍ବୃତ୍ତମାନେ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କ ସାନ ଭାଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ। ଏନେଇ ଖଲ୍ଲିକୋଟ ଏନ୍‌ଏସିର ତୋଟା ଗାଁର ୧୧ ନମ୍ବର କାଉନସିଲର ନାରାୟଣ ବାରିକ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଦୁ‍ର୍ବୃତ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କାଉନସିଲର ଥାନାରେ ଅଭିଯୋଗ କରିଥିଲେ ।

ଏହି ଘଟଣାର ୨ ଦିନ ପରେ ତଥା ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରି ଥିଲେ। ପରେ କାଉନସିଲରଙ୍କ ସାନ ଭାଇଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଜୀବନରୁ ମାରିଦେବାକୁ ଫୋନ୍‌ରେ ମିଳିଥିଲା ଧମକ । ଗତକାଲି ରାତିରେ ଦୁର୍ବୃତ୍ତମାନେ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରିବା ସହ ତାଙ୍କ ସାନ ଭାଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ। ଏନେଇ ଖଲ୍ଲିକୋଟ ଏନ୍‌ଏସିର ତୋଟା ଗାଁର ୧୧ ନମ୍ବର କାଉନସିଲର ନାରାୟଣ ବାରିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁସାରେ, ଦୁଇ ଦିନ ତଳେ କାଉନସିଲରଙ୍କ ସାନ ଭାଇଙ୍କୁ ଦୁ‍ର୍ବୃତ୍ତମାନେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କାଉନସିଲର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ୨ ଦିନ ପରେ ତଥା ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ କାଉନସିଲରଙ୍କ ଘରେ ପଶି ଫାଙ୍କା ଗୁଳିଚାଳନା କରି ଥିଲେ। ପରେ କାଉନସିଲରଙ୍କ ସାନ ଭାଇଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Leave a Reply