ରାଇକିଆ ଠାରେ ସବୁ ବେଳେ ପାଣି ର ସମସ୍ୟା

0
18
ରାଇକିଆ

ରିପୋର୍ଟ : ଜଗଦୀଶ ଦଶ
ରାଇକିଆ, (୨୮/୦୪) : କନ୍ଧମାଳ ଜିଲ୍ଲା ରାଇକିଆ ରେ ବର୍ଷା ର ଅଭାବ,ସାଙ୍ଗକୁ ଏହି ବର୍ଷ ଗ୍ରୀଷ୍ମ ର ତାତି ଯୋଗୁଁ ସବୁ ପ୍ରାୟତଃ ସବୁ ଜଳାଶୟ ସୁଖିବାରେ ଲାଗିଛି ।

ଏପରି ଅବସ୍ଥା ଜାରି ରହିଲେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇ ବାର ଆସଙ୍କା ହେଉଅଛି । ବର୍ତମାନ ଜଳ ସଙ୍କଟ ଆରମ୍ଭ ହୋଇ ଗଲାଣି, ବର୍ତ୍ତମାନ ସମସ୍ତ ଜଳ ସ୍ତର୍ ଶୁଖି ବାରେ ଲାଗିଛି। ଏଥି ପାଇଁ ସବୁ ଗ୍ରାମ ରେ ପାଣି ପାଇଁ ଡହଳ ବିକଳ ହେଉଅଛନ୍ତି । କନ୍ଧମାଳ ଜିଲ୍ଲାରେ ବର୍ଷା ନଥିବା ବେଳେ କାଳ ବ୍ୟେଶାଖି ପ୍ରଭାବ ରେ ବିଭିନ୍ନ ସମୟ ରେ ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହୋଇ ଅଛି । ହେଲେ ଏହା ଜଳରାଶି ବୃଦ୍ଧି କରିବା ନିମନ୍ତେ ହେଉ ନାହିଁ । ଚାଷ ଜମି କୁ ଜଳ ସଙ୍କଟ ମଧ୍ୟ ଦେଖା ଦେଇଛି । ସେହି ପରି ବିଭିନ୍ନ ଗାଁ ଗାଁ ରେ ଜଳ ସଙ୍କଟ ଭୋଗୁ ଥିବା ଦେଖା ଗଲାଣି । ରାଇକିଆ ରେ ମଧ୍ୟ ଜଳ ସଙ୍କଟ ଜାରି ରହିଛି। ରାଇକିଆ ନଦୀ ଶୁକ୍କ୍ ହୋଇ ପଡ଼ିଥିବାରୁ ପାଣି ପାଇ ବା ବହୁ କଷ୍ଟ । ଲୋକ ମାନେ ଆଗ ଦୁଇ ଦିନ ରେ ପାଣି ଆସିଲେ କିଛି ପାଉ ଥିଲେ। ଏବେ କିନ୍ତୁ ତାହା ମଧ୍ୟ ଆସୁନାହିଁ ।

ଏହି ପରି ଆଗାମୀ ଦିନରେ ବର୍ଷା ନ ହେଲେ ରାଇକିଆ ନଦୀ ପାଣି ମଧ୍ୟ ଦେଖା ମିଳିବ ନାହିଁ।ବା ପୁରା ସୁଖା ଦେଖା ଯିବ। ସରକାର ପକ୍ଷରୁ କୁହାଯାଇଥିଲା ଲୋକ ଙ୍କ୍ ଘର ଘର୍ କୁ ପାଣି ଦିଆଯିବ ବୋଲି ତାହା ଘୋଷଣା ରେ ହିଁ ରହିଗଲା । ଅନ୍ୟ ପଟେ ଖରା ଦିନେ ହେଲେ ପାଣି ପଞ୍ଚାୟତ ତରଫରୁ ସବୁ ସାହି ଗୁଡ଼ିକ ମଧ୍ୟ ରେ ଟାଙ୍କି ରେ ପାଣି ଦିଆ ଗଲେ ବହୁତ୍ ଭଲ ହୋଇଥାଆନ୍ତା ବୋଲି ଜନ ସାଧରଣ ମାନେ କହିଛନ୍ତି,ସବୁ ଆଡ଼େ ପାଇପ ଲାଇନ୍ ରେ ପାଣି ଆସୁ ନଥିବା ବେଳେ ଲୋକ ମାନେ ବହୁତ୍ ଅସୁବିଧା ହେଉ ଅଛନ୍ତି, ତେଣୁ ଏହି ପରିସ୍ଥିତିରେ ଦେଖା ଯାଉ କେବେ ରାଇକିଆ ଅଞ୍ଚଳ ରେ ପାଣି ର ସମସ୍ୟା ସୁଧୁରିବ। ଓ ଏବେ ନିର୍ବାଚନ ସମୟ ରେ ସବୁ ଲୋକ ମାନଙ୍କୁ ନେତା ମାନେ ସବୁ କଥା ବୁଝିବା ବୋଲି ଭୋଟ ମାଗି ଆସିଲା ବେଳେ କହିବେ କିନ୍ତୁ ଭୋଟ ସରିଲା ପରେ କିଛି ବି ବିଷୟରେ ମନେ ପଡ଼ି ବ ନାହିଁ ।