ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ରାଇକିଆ ପୋଲିସ୍ ଜଣ କୁ ଗିରଫ

0
47
ଦେଶୀ ବନ୍ଧୁକ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୨/୦୪) : କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗ ରେ ସୋମବାର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ବ୍ୟକ୍ତି ଜଣକ ହେଲେ ରାଇକିଆ ଥାନା କତିଙ୍ଗିଆ ପଞ୍ଚାୟତର ରିଶିଗୁଡ଼ା ଗ୍ରାମ ର ମୁନିବର ମଲିକ । ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବିଭିନ୍ନ ପ୍ରକାର ବନ୍ଧୁକ ପ୍ରସ୍ତୁତ ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି । ଏ ନେଇ ରାଇକିଆ ଥାନାରେ ରେ କେସ ନଂ ୪୧/୨୪ ରେ ମାମଲା ରୁଜ୍ଜୁ ହୋଇଛି । ପୁର୍ବରୁ କିଛିବର୍ଷ ତଳେ ମଧ୍ୟ ସମାନ ଅଭିଯୋଗ ରେ ମୁନିବର କୁ ଗିରଫ କରାଯାଇଥିବା ନେଇ ଜି ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏକ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତ.