ଯୋଜନାବଦ୍ଧ ଭାବେ ଡକାୟତି ଉଦ୍ୟମ ଅଭିଯୋଗ ରେ ୪ ଦୁର୍ବୃତ ଗିରଫ

0
22
ଯୋଜନାବଦ୍ଧ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୮/୦୪) : ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳରେ ଟିଟିଲାଗଡ଼ ପୋଲିସ ପକ୍ଷରୁ କଡ଼ା ପେଟ୍ରୋଲିଂ କରାଯାଉଅଛି ।

ଯୋଜନାବଦ୍ଧ ଭାବେ ଡକାୟତି ଉଦ୍ୟମ ଅଭିଯୋଗ ରେ ୪ ଦୁର୍ବୃତ ଗିରଫ । ଗତ ୨୫ ତାରିଖ ରାତିରେ ଏସ ଆଇ କିରଣ କୁମାର ଜାନି ପୋଲିସ ଷ୍ଟାଫ ସହିତ ପେଟ୍ରୋଲିଂ କରୁଥବା ସମୟରେ ଭାଟିପଡ଼ା ହାଇସ୍କୁଲ ଖେଳ ପଡିଆ ଠାରେ କିଛି ବ୍ୟକ୍ତି ଜମା ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଅବନୀ ସାହୁଙ୍କୁ ଜଣାଇବା ପରେ ସେଠାରେ ପହଞ୍ଚି ସେମାନଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ କିଛି ମାରଣାସ୍ତ୍ର ଦେଖି ଟିଟିଲାଗଡ ଥାନାକୁ ଆଣି ପଚରା ଉଚୁରା କରିବାରୁ ସେମାନେ ସବୁ କଥା ଓଗାଳି ଥିଲେ।

ଟିଟିଲାଗଡ ସହର ଭିତରେ ଡକାୟତି କରିବା ପାଇଁ ସମସ୍ତେ ସେଠାରେ ଯାଇ ଏକଜୁଟ ହୋଇ ରାତି ଅଧରେ ଚୋରି କରି ଥାଆନ୍ତେ ବୋଲି ସ୍ଵୀକାର କରିଥିଲେ। ତେବେ ଚାରି ଜଣ ହେଲେ ବାଲ ପଦରର ନାଥ ସେଲମା, ସୁଦାମ ନାଗ, ଟିଟିଲାଗଡ ସିରଭଟା ପଡ଼ାର ବେଦବ୍ୟାସ ତାଣ୍ଡି, ପିଡବଲୁଡି କଲୋନୀର ଶ୍ରୀକାନ୍ତ ମିଶ୍ର ( ପିଣ୍ଟୁ) । ଏମାନଙ୍କ ଠାରୁ ଏକ ବିନା ନମ୍ୱର ପ୍ଲେଟ ସୂଜୁକି ଜିକ୍ସର୍ ବାଇକ, ବିଭିନ୍ନ ବ୍ରାଣ୍ଡର ୧୧ ଟି ମୋବାଇଲ ଫୋନ୍, ତିନୋଟି ଲୁହା ରଡ, ଗୋଟିଏ ଲାଇଟର, ଦୁଇ ପାକେଟ ବିଡି, ଗୋଟିଏ ପେଚକସ, ଲୁହା ହାତୁଡ଼ି ଓ ଭୁଜାଲି ଜବତ ହୋଇଛି। ତେବେ ଏହି ଚାରି ଜଣ ପୁର୍ବରୁ ବିଭିନ୍ନ ମାମଲାରେ ଜଡିତ ଥିବା ଜଣାପଡିଛି।

ଏ ନେଇ ଥାନା ମାମଲା ସଂଖ୍ୟା ୩/୧୯୯୯୨୬.୦୪.୨୦୨୪,୩୯୯/୪୦୨ ,ଆଇ ପି ସି ଅନୁଯାୟୀ ୪ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୩୯୫, ଆଇ ସି ପି, ସେହିଭଳି କେସ ନଂ ୩୯୨/୦୧-୦୧-୨୦୨୪,ଅନୁଯାୟୀ ଧାରା ୩୯୨, କେଶ ନଂ ୪୩୪ ଧାରା ୩୮୦, ଆଇପିସି, କେଶ ନଂ ୫୪/୪୨୪, ଧାରା ୩୮୦, କେଶ ନଂ ୩୯୨ ଧାରା ଅନୁସାରେ, ତଥା ଟିଟିଲାଗଡ ଜି ଆର ପି କେଶ ୭୭/ଧାରା ୩୬୩,୩୯୫, ଆଇ ପି ସି ଅନୁଯାୟୀ ମାମଲା ରହିଛି ବୋଲି ସୂଚନା ମିଳିଛି ।