ବାଇକକୁ ପିଟିଲା ଟ୍ରକ୍‌, ଯୁବକ ମୃତ

0
24
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୯/୦୪) : ବୌଦ୍ଧ ଫୁଲବାଣୀ ରାଣୀପଥର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ଜଣେ ମୃତ ଅନ୍ୟଜଣେ ଗୁରୁତର ।

ମୃତକର ପରିଚୟ ମିଳିପାରି ନଥିବା ବେଳେ ଗୁରୁତର ଜଣ ହେଲେ ରାହୁଲ ଡାକଚି । ଆଜି ସକାଳେ ଗୋଟିଏ ବାଇକ୍‌ରେ ଜଣେ ଯୁବକ ବୌଦ୍ଧରୁ-ଫୁଲବାଣୀ ଯାଉଥିଲେ । ଚାରିଛକ ପାଖରେ ରାହୁଲ ତାଙ୍କୁ ଲିପ୍ଟି ମାଗିଥିଲେ । ଆଉ ତାଙ୍କୁ ଲିପ୍ଟ ଦେଥିଲେ ବାଇକ୍‌ ଚାଳକ । ଉଭୟ ଫୁଲବାଣୀ ଅଭିମୁଖେ ଚାଲିଥିଲେ । କିଛି ବାଟ ଗଲାପରେ ଆଗରେ ଗୋଟିଏ ଘାଟି ପଡ଼ିଲା । ସେଇ ଘାଟିରେ ଯାଉଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସାମ୍ନାରୁ ବାଇକ୍‌କୁ ଧକ୍କା ଦେଥିଲା । ଫଳରେ ପଛରେ ବସିଥିବା ଯୁବକ ଜଣକ ଛିଟିକିକି ହୋଇ ପଡ଼ିଥିଲେ । ଆଉ ବାଇକ୍‌ ଚାଳକଙ୍କ ମଣ୍ଡ ଉପରେ ଟ୍ରକ୍‌ଟି ଚଢିଯାଇଥିଲା । ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଆଉ ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତ ଭାବେ ଆହାତ ହୋଇଥିଲେ ।