ଜଳିଗଲା ୩୬ ବଖରା, ଗାଈଗୋରୁ ଜୀବନ୍ତ ଦଗ୍ଧ

0
21
ଜଳିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୯/୦୪) : ଭୟାବହ ଅଗ୍ନିକାଣ୍ତ ୨୩ପରିବାର ୩୬ ବଖରା ଘର ଭଷ୍ମିଭୂତ ହୋଇଯାଇଛି । ଗାଈ,ଛେଳି ଜୀବନ୍ତ ଦଗ୍ଧ, ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

ଜଳିଗଲା ୩୬ ବଖରା, ଗାଈଗୋରୁ ଜୀବନ୍ତ ଦଗ୍ଧ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆନ୍ଦୋଳା ପଞ୍ଚାୟତର କାଶୀପୁର ଗାଁ ଓ କାଳୀଗଦି ଗ୍ରାମରେ । ଆଜି ସଂନ୍ଧ୍ୟାରେ କାଳବୈଶାଖି ହୋଇଥିଲା। ସେଇ ସମୟରେ କାଶୀପୁର ଗାଁର ଦିନବଦ୍ଧୁ ପରିଡ଼ା ବିଲରେ ଥିଲେ । ବିଲ କାମ ସାରି ଘରକୁ ଫେରିଥିଲେ। ଘରେ ପହଞ୍ଚି ଦେଖିଲେ ଘର ସମ୍ପୁର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ୧୬ ବଖରା ଘର ସହିତ ସମସ୍ତ ଜିନିଶ ପତ୍ର ସବୁ ପୋଡ଼ି ଯାଇଛି । ସେଭଳି କାଳୀଗଦି ଗାଁର ଜଣେ ଚାଷୀ ବିଲରେ ଥିଲାବେଳେ ତାଙ୍କରବି ଘର ପୋଡ଼ି ଯାଇଛି । ତାଙ୍କ ୨୦ ବଖରା ଘର ସହ ଏକାଧିକ ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ବଜ୍ରାଘାତ ଯୋଗୁଁ ୨ଟି ଜାକ ପଞ୍ଚାୟତରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଦୁଇଟି ପଞ୍ଚାୟର ୩୬ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

ସରକାରୀ ସହାୟତା ଲୋଡ଼ିଛନ୍ତି କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ । କାଳିଗଦି ଗାଁ’ର ଶୁସାନ୍ତ ପରିଡ଼ା କହିଛନ୍ତି, ମୁଁ ବିଲରେ ଥିଲି କାଳବୈଶାଖି ପ୍ରଭାବରେ ମୋର ସବୁ ଘର ପୋଡ଼ି ଯାଇଛି । ଦମକଳ ବିଭାଗକୁ ଖବର ଦେଇଛୁ ଏପଯ୍ୟନ୍ତ ଆସି ନାହିଁ। ଆମେ ସାହି ପଡ଼ିସି ମିସିକି ନିଆଁ ଲିଭାଉଛୁ । କାଶୀପୁର ଗାଁ’ର ଦିନବନ୍ଧୁ ପରିଡ଼ା କହିଛନ୍ତି, ମୁଁ ବିଲକୁ ଯାଇଥିଲି ଫସଲରେ ପାଣିଦେବା ପାଇଁ । ଘରେ କେହି ନଥିଲେ। ଘରକୁ ଆସି ଦେଖିଲା ବେଳକୁ ସବୁ ପୋଡ଼ି ଯାଇଛି। କିଛି ଜିନିସ କାଢିନାହିଁ ସବୁ ପୋଡ଼ି ଗଲା । ମୁଁ ଘର କରିବି ବୋଲି ଟଙ୍କା ରଖିଥିଲି ଝିଅ ବାହାଘର ପାଇଁ ସୁନା ରଖିଥିଲି ସବୁ ପୋଡ଼ି ଗଲା । ସରକାର ଆମଙ୍କୁ କରନ୍ତୁ ।