ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

0
30
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୪) : ଆଜି ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସର ରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା lWhatsApp Image 2024 04 10 at 08.10.06 ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଏହି ଶିବିର କୁ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରିମାଲ ଶୁଭ ଉଦ୍ଘାଟନ କରି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ, ରକ୍ତ ଦାତା ମନୋଜ ପଣ୍ଡା, ମହିଳା ପୁଲିସ କର୍ମଚାରୀ ଅର୍ପିତା ପଟ୍ଟନାୟକ, ବିଶ୍ଵ ବନ୍ଦିତା ପଟ୍ଟନାୟକ, ସୁଭାସିନୀ ପଧାନ, ଶୁଭଶ୍ରୀ ଦାଶ, ସଂଗୀତl ପାତ୍ର, ସନ୍ଧ୍ୟା ବାଗ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତ ଦାନ କରି ଏସପି ଶ୍ରୀ ଶ୍ରୀମାଲ ଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଥିଲେ l ସୋନପୁର ର ବିଶିଷ୍ଟ ବ୍ୟବସାୟୀ ତ୍ରିଲୋଚନ ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ପାଣିଗ୍ରାହୀ ଦମ୍ପତ୍ତି ଆଜି ଏହୀ ଶିବିର ରେ ପ୍ରଥମେ ରକ୍ତ ଦାନ କରି ନୂଆଁ ଓ ମହିଳା ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l ପୁଲିସ୍ କନେଷ୍ଟବଳ ସଂଘ ସଭାପତି ଦିନେଶ ମିଶ୍ର, ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡା, ହାବିଲଦାର ସନ୍ତୋଷ ପାତ୍ର, ଏସପି ଷ୍ଟେନୋ କୃତିବାସ ମିଶ୍ର ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ପ୍ରକାଶ ଥାଉ କି ଯେ ବିଗତ ଦୁଇ ବର୍ଷ ରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ ଆମ ପୋଲିସ୍ ବ୍ୟବସ୍ଥା ମାଧ୍ୟମ ରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍ ସମସ୍ତ ଥାନା ଓ ଫାଣ୍ଡି ରେ ଅନେକ ରକ୍ତ ଦାନ ଶିବିର ସବୁ ଆୟୋଜନ କରି ଦିନକ ରେ ସୋନପୁର ଥାନାରେ ୩୬୪ ୟୁନିଟ, ଉଲୁଣ୍ଡା ଥାନା ରେ ୫୦୯ ୟୁନିଟ , ଡୁଙ୍ଗୁରିପାଲି ଥାନାରେ ୫୨୩ ୟୁନିଟ ଓ ସୋନପୁର କଲେଜ ରେ ଦିନକରେ ୬୦୫ ୟୁନିଟ୍ ରକ୍ତ ସଂଗ୍ରହ କରି ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିବା ସହିତ ରାଜ୍ୟ ପୋଲିସ ବିଭାଗ ର ସୁନାମ ଅର୍ଜନ କରିଛି l

ଏବଂ ରକ୍ତ ଅଭାବର ସେହି ସଙ୍କଟ ବେଳେ ଜିଲ୍ଲା ପୁଲିସ ରକ୍ତ ଦାନ ଶିବିର ଆୟୋଜକ ପୋଲିସ୍ କର୍ମଚାରୀ ମନୋଜ ପଣ୍ଡା ଙ୍କ ସଂଯୋଜନାରେ ସ୍ୱଚ୍ଛ ଭାରତ ସଙ୍ଗଠନ, ସୋନପୁର କଲେଜ ଓ ଏନ୍ ସି ସି , ବିଜୁ ପଟ୍ଟନାୟକ ମହିଳା କଲେଜ, ଯଶୋଦା ଦେବୀ ନର୍ସିଂ ସ୍କୁଲ, ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସହାୟତା ନେଇ ସୋନପୁର ତଥା ପାଖ ପଡ଼ୋଶୀ ଜିଲ୍ଲା ରେ ଦେଖାଦେଇଥିବା ରକ୍ତ ର ଘୋର ଅଭାବ କୁ ସମ୍ପୂର୍ଣ ଦୂର କରି ପାରିଛି l ସୋନପୁର ପୁଲିସ୍ ର ଏହି ମହତ ସେବା କାର୍ଯ୍ୟ କୁ ଜାରି ରଖିବାକୁ ଜିଲ୍ଲା ବାସୀ ଜିଲ୍ଲା ପୁଲିସ କୁ ନିବେଦନ କରିଛନ୍ତି l ଏଡିଏମଓ (ମେଡ଼ିକାଲ )ରମେଶ ଚନ୍ଦ୍ର ସ୍ବାଇଁ ଓ ପୋଲିସ୍ ଆର୍ ଆଇ ସରୋଜ ବେହେରା ଙ୍କ ତତ୍ତ୍ୱlବଧlନ ରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l