ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ

0
20
ରାୟଗଡା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୩୦/୦୪) : କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷତି । ୪୫ ନମ୍ବର ରାଜ୍ୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ । ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି ।

ଆଜି ପ୍ରାୟ ୩ ଟା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବ୍ୟାପକ କ୍ଷତି ଘଟିଛି । ଶିକାର ପାଇ ମୂଖ୍ୟ ସଡ଼କରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ଅନେକ ଘର ଛାତ ଉଡ଼ାଇ ଦେଇଛି । ସେହିପରି ବୁଡ଼ାଗୁଡ଼ା ପଞ୍ଚାୟତ ଦେଉଲବାଡ଼ି ଠାରେ ମଧ୍ୟ ବିରାଟ ଗଛ ଭାଙ୍ଗି ଘର ଉପରେ ପଡିଛି । ଫଳରେ ଘରେ ରହୁଥିବା ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଛନ୍ତି । କଲ୍ୟାଣସିଂହପୁର ଠାରୁ ରାୟଗଡ଼ା ଯିବା ୪୫ ନମ୍ବର ରାଜ୍ୟ ରାଜପଥ ସିକରପାଇ ଠାରେ ଗଛପଡି ରାସ୍ତା ଅବରୋଧ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରୁଛନ୍ତି ।