କଂଗ୍ରେସ ର ପଦଯାତ୍ରାରେ ସାମିଲ୍ ହେଲେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆପ୍ପାଲ୍ଲା ସ୍ଵାମୀ କାଡ୍ରାକା

0
102
କଂଗ୍ରେସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୪) : କଂଗ୍ରେସ ର ପଦଯାତ୍ରାରେ ସାମିଲ୍ ହେଲେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆପ୍ପାଲ୍ଲା ସ୍ଵାମୀ କାଡ୍ରାକା ।WhatsApp Image 2024 04 04 at 12.03.56 PM କଂଗ୍ରେସ ର ପଦଯାତ୍ରାରେ ସାମିଲ୍ ହେଲେ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆପ୍ପାଲ୍ଲା ସ୍ଵାମୀ କାଡ୍ରାକା

ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ସତ୍ୟଜିତ ଗମାଙ୍ଗ, ବିଷମକଟକ ନିର୍ବାଚନ ମଣ୍ଡଳୀ ର ନିଳ ମାଧବ ହିକକା, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ପବିତ୍ର ସାଉନ୍ତା, କୋରାପୁଟ ନିର୍ବାଚନ ମଣ୍ଡଳୀର କୃଷ୍ଣଚନ୍ଦ୍ର କୁଳଦିପ, ପୋଟାଙ୍ଗି ନିର୍ବାଚନ ମଣ୍ଡଳୀର ରାମଚନ୍ଦ୍ର କାଡାମ୍ ବିଧାନ ସଭା ପ୍ରାର୍ଥୀ ମାନଙ୍କ ସହ ସାମିଲ୍ ହେଲେ କୋରାପୁଟ ଲୋକ ସଭା ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ, ନେତା ଏବଂ ସଧାରଣ ଜନତା ପଦ ଯାତ୍ରାରେ ସାମିଲ୍ ହୋଇଥିଲେ । ସ୍ଥାନୀୟ କଂଗ୍ରେସ ଭବନ ଠାରୁ ବିରାଟ ବଡ ସଭାଯାତ୍ରାରେ ବାହାରି ପ୍ରଥମେ ଜଗନ୍ନାଥ ମନ୍ଦିର ଏବଂ ମଝି ଘରିଆଣି ମା ଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ।

ଚଳିତ ନିର୍ବାଚନରେ କଂଗ୍ରେସ୍ ଦଳ ପକ୍ଷରୁ କଂଗ୍ରେସର 9ଗୋଟି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହ ଲୋକଙ୍କୁ କଂଗ୍ରେସ୍ ର ଗ୍ୟାରେଣ୍ଟି ବିଷୟରେ ଭୋଟ ମାଗିବୁ । ଚଳିତ ଥର ଲୋକ ସଭା ନିର୍ବାଚନ ଓ ବିଧାନ ସଭା ନିର୍ବାଚନ ରଣାଙ୍ଗନରେ କଂଗେସ କର୍ମୀ ଓ ନେତାମାନେ ବିପୁଳ ସଂଖ୍ୟା ଭୋଟରେ ଜିତିବୁ ବୋଲି ଦମ୍ଭକ୍ତି ପ୍ରକାଶ କରିଛନ୍ତି ।