ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ଖବର ପରିବେଷଣ ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପ୍ରଶାସନ, ହଟିଲା ବ୍ୟାନର

0
49
ନିର୍ବାଚନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୩୦/୦୪) : ଓଡିଶା ନ୍ୟୁଜ 24 ର ପ୍ରଭାବ ଦେଖିବାକୁ ମିଳିଛି । ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ଖବର ପରିବେଷଣ ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପ୍ରଶାସନ, ହଟିଲା ବ୍ୟାନର ।

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌରପରିଷଦ ଅଞ୍ଚଳ ର ୧୫ ନଂ ୱାର୍ଡ ରେ ଖୋଲା ଖୋଲି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ଏକ ଖବର ଆମ ଚ୍ୟାନେଲ ଜରିଆରେ ପ୍ରସାରିତ ହୋଇଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀ ଏ ନେଇ ଉକ୍ତ ବ୍ୟାନର ହଟେଇବା ସହ ତିନି ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।