ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

0
17
ବଜ୍ରାଘାତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୯/୦୪) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳ ରେ ଆଜି ଅପରାହ୍ନ ସମୟରେ କାଳ ବୈଶାଖୀରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ମୃତକ ଜଣକ ହେଲେ ପାତ୍ରପୁର ଗାଁ’ର ସୀମା ସାହୁ (୫୫) । ଆହତଙ୍କ ନାମ ହେଉଛି ଶଙ୍କର ସାହୁ ଓ ପଦ୍ମା ସାହୁ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ରାଶି ଅମଳ କରିବା ପାଇଁ ସୀମା ସାହୁ, ଶଙ୍କର ସାହୁ ଓ ପଦ୍ମା ସାହୁ ଗାଁ ନିକଟସ୍ଥ ଜମିକୁ ଯାଇଥିଲେ । ଜମିରେ କାମ କରିବା ସମୟରେ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ପବନ ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଆସିବା ଦେଖି କାମ ବନ୍ଦ କରି ଘରକୁ ଫେରିବା ବେଳେ ରାସ୍ତାରେ ସମସ୍ତେ ବଜ୍ରାଘାତର ଶୀକାର ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ୩ଜଣକ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।