ଆସିପାରିଲାନି ଆମ୍ବୁଲାନ୍ସ, ପ୍ରସବ ପରେ ମରିଗଲେ ମା’

0
18
ଆସିପାରିଲାନି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୩୦/୦୪) : ଗାଁକୁ ପକ୍କା ରାସ୍ତା ନଥିବାରୁ ଚିକିତ୍ସା ନପାଇ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ ତୁରୁକ୍ ଗାଁ’ରେ ।

ଆସିପାରିଲାନି ଆମ୍ବୁଲାନ୍ସ, ପ୍ରସବ ପରେ ମରିଗଲେ ମା’ । ତୁରୁକ୍ ଗାଁ’ର ସାତାମା ମାଣ୍ଡିଂଙ୍କ ସ୍ତ୍ରୀ ପାରମ ମାଣ୍ଡିଂଙ୍କୁ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ସାତମା ମାଣ୍ଡିଂ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଠିକ୍‌ ସମୟରେ ବାହାରି ଆସିଥିଲା । ହେଲେ ଗାଁରେ ଭଲ ରାସ୍ତାଖଣ୍ଡିଏ ନଥିବାରୁ ଆମ୍ୱୁଲାନ୍ସ ଗାଁ ଭିତରକୁ ଆସି ପାରିଲା ନାହିଁ । ଅଧା ବାଟରେ ଅଟକି ଗଲା ଅମ୍ବୁଲାନ୍ସ । ଅନ୍ୟପଟେ ଅନେମ ସମୟ ଆମ୍ବୁଲାନ୍ସକୁ ଅପେକ୍ଷା କରି କରି ପ୍ରସବ ଯନ୍ତ୍ରଣା ଛଟ୍‌ପଟ୍‌ ହେଉଇଥାନ୍ତି ପାରମ । ଦିର୍ଘ ସମୟ ଯନ୍ତ୍ରଣା ସହିବା ପରେ ଘରେ ଏକ ଶିଶୁ ପୁତ୍ରକୁ ସେ ଜନ୍ମ ଦେଇଥିଲେ । ପରେ ଅଧିକ ଯନ୍ତ୍ରଣା ହେବାରୁ ଚିକିତ୍ସା ନପାଇ ତାଙ୍କର ଘରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।