ସାରଳା ଛକ ନିକଟରେ ଅନୁଷ୍ଠିତ ହେବାକୁ ଯାଉଛି, ଓଡ଼ିଶାରେ ଗଞ୍ଜାମ ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡ ନାଟ

0
411
ସାରଳା

ରିପୋର୍ଟ : ଗୋପିନାଥ ଗୌଡ଼
ରାୟଗଡା, (୨୫/୦୩) : ରାୟଗଡା ସହରସ୍ଥିତ ସାରଳା ଛକ ନିକଟରେ ଅନୁଷ୍ଟିତ ହେବାକୁ ଯାଉଛି, ଓଡ଼ିଶାରେ ଗଞ୍ଜାମ ପ୍ରସିଦ୍ଧ ମା କାଳୀ ଙ୍କ ଦଣ୍ଡ ନାଟ ।

ଏହି ପବିତ୍ର ଏବଂ ପ୍ରସିଦ୍ଧି ଲାଭ କରିଥିବା ଦଣ୍ଡ ନାଟ ଆଜକୁ ୧୨ ବର୍ଷ ଧରି ଏହି ଅଞ୍ଚଳରେ ହୋଇ ଆସୁଛି । ଆଜିଠୁ ୨୧ ଦିନ ଧରି ମାନସିକ ବ୍ରତ ଧାରି ମାନେ ଘରରୁ ବାହାରେ ରହି ପୂର୍ଣ୍ଣ ପବିତ୍ରତାର ସହ ପାଳନ କରନ୍ତି ଦଣ୍ଡ କାଳୀଙ୍କ ନୀତି ନିୟମ । ରାୟଗଡା ସାରଳା ଛକ ଦଣ୍ଡକାଳୀ କମିଟି ପକ୍ଷରୁ ଏପ୍ରିଲ ମାସ ୪ ତାରିଖରେ ଅନୁଷ୍ଠିତ ହେବ ଦଣ୍ଡ ନାଟ । ଉକ୍ତ କାର୍ଯ୍ୟକ୍ରମରେ ପାଣି ଦଣ୍ଡ, ଧୂଳି ଦଣ୍ଡ, ମା ଦଣ୍ଡକାଳୀଙ୍କ ନଗର ପରିକ୍ରମା ସହିତ ରାତ୍ରିକୁ ପ୍ରସାଦ ସେବନ ପରେ ମହା ଆଳତୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗଣନାଟ୍ୟ “କାନ୍ଦେନା ଲୋ ଲୁହ ସରିଯିବ” ଗଣନାଟ୍ୟ ଅନୁଷ୍ଠିତ ହେବ ବୋଲି ଦଣ୍ଡକାଳୀ କମିଟିର ସଭାପତି ଶ୍ରୀ ଚିନ୍ତାମଣି ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ପବିତ୍ର ଓ ଓଡ଼ିଶା ପ୍ରସିଦ୍ଧ ଦଣ୍ଡ ନାଟ ରାୟଗଡା ସହରରେ ଶାନ୍ତି ଶୃଙ୍ଖଳାର ସହ ୧୨ବର୍ଷ ଧରି ଅନୁଷ୍ଠିତ ହେଉଚି ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଏବଂ ସଫଳ କରିବାରେ ସଂପାଦକ ରମେଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଟୁକୁନା ପାଣିଗ୍ରାହୀ, ଉପସଭାପତି ସନ୍ତଶ ଚୌଧୁରୀ, ଅରୁଣ ପାଢ଼ୀ, ଶିବ ପାଣିଗ୍ରାହୀ, ଜନାର୍ଦ୍ଦନ ଭାଇ, ଟୁନା ସାବତ, ରବି ଭାଇ, ରାଜେନ୍ଦ୍ର ସାହୁ ପ୍ରମୁଖ ବ୍ୟକ୍ତି ଏବଂ ଏହି କମିଟି ର ପ୍ରତ୍ୟେକ ସଦସ୍ୟ ମାନଙ୍କ ସହୋଜଗ ଅତ୍ୟନ୍ତ ଗୁରୁର୍ତ୍ବ ପୂର୍ଣ୍ଣ ବୋଲି କହିଛନ୍ତି ଶ୍ରୀଧର ଚୌଧୁରୀ । ଆସନ୍ତା ଏପ୍ରିଲ ମାସ ୪ ତାରିଖରେ ହେବାକୁ ଥିବା ପବିତ୍ର ଦଣ୍ଡ କାଳୀ ମାଆ ଙ୍କ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ କରିବା ସହ ମାଆ ଦଣ୍ଡକାଳି ଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଟୁକୁନା ପାଣିଗ୍ରାହୀ।