ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣି କହଁର ଙ୍କ ହଜାର ହଜାର ସମର୍ଥକ ଗ୍ରହଣ ରେ ନାମାଙ୍କନ ଦାଖଲ

0
51
ବାଲିଗୁଡା

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୩୦/୪) : ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କହଁର ନାମାଙ୍କନ ପତ୍ର ନିଜର ହଜାର ହଜାର ସମର୍ଥକ ଙ୍କ ଗ୍ରହଣ ରେ ଦାଖଲ କରିଛନ୍ତି lWhatsApp Image 2024 04 30 at 18.56.27 ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣି କହଁର ଙ୍କ ହଜାର ହଜାର ସମର୍ଥକ ଗ୍ରହଣ ରେ ନାମାଙ୍କନ ଦାଖଲ

କନ୍ଧମାଳ ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷ୍ୟକ ବିଜୟ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବାଲିଗୁଡା ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କହଁର l ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଆଶ୍ରିବାଦ ନେଇ ବିରାଟ ଶୋଭାଯାତ୍ରା ବାହାରିଥିଲା l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଚାରି ଗୋଟି ବ୍ଲକ ର ତିରିଶ ହଜାର ରୁ ଉର୍ଦ୍ଧ ବିଜୁ ପ୍ରେମୀ,ବିଜେଡି କର୍ମୀ ଓ ଶୁଭେଛୁ ଙ୍କ ସହ ବିରାଟ ଶୋଭାଯାତ୍ରା ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ବିଧାୟକ ପ୍ରାଥୀ l ନାମାଙ୍କନ ପତ୍ର ଦାଖଲ ଅବସରରେ ବିଜେଡି ପକ୍ଷରୁ ଜନ ସମୁଦ୍ର ରେ ପରିଣତ ହୋଇଥିଲା ବାଲିଗୁଡା ସହର l

ହଜାର ହଜାର ସମର୍ଥକ, ବିଜେଡି କର୍ମୀ ଓ ବିଜୁ ପ୍ରେମୀ ଦଳୀୟ ନାରା ଦେଇ ବିଧାୟକ ପ୍ରାଥୀ ଙ୍କୁ ଶୁଭେଚ୍ଛା ଜଣେଇ ବିରାଟ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ସୁଶାସନ, ଲୋକାଭିମୁଖୀ ଯୋଜନା ଓ ବିକାଶ ଧାରାକୁ ବଜାୟ ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଭଲ ପାଇବା ଏହି ହଜାର ହଜାର ବିଜେଡି କର୍ମୀ ଙ୍କ ଜନ ସମାବେଶ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ l