ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

0
21
ଲାଞ୍ଚ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୧/୦୫) : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବେଲଗାଁର ଏଆରଆଇ ରେଶମା ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଶିଶକେଲା ଗାଁ’ର ବାସୁଦେବ ନନ୍ଦ ନିଜ ଜମିରେ କାଗଜପତ୍ର କାମ କରିବା ପାଇଁ ଏଆରଆଇଙ୍କ ନିକଟରେ ଦରଖାସ୍ତ କରିଥିଲେ । ସେହି ବାବଦକୁ ରେଶମା ମାଝୀ ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ବାସୁଦେବ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଥିଲେ । ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କ ଜରିଆରେ ଅଫିସ ଭିତରେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଏଆରଆଇ ରେଶମା ମାଝୀ । ଜବତ ବେଳେ ନଗଦ ୧୦ ଟଙ୍କା ସହ ଏଆରଆଇ ରେଶମା ମାଝୀ ଓ ମଧ୍ୟସ୍ଥି ମଣ୍ଟୁ ନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଚଢ଼ାଉରେ ବଲାଙ୍ଗିର, ସୋନପୁର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ ସାମିଲ ଥିଲେ ।