ବିଲ ମଝିରୁ ୮ ବର୍ଷ ପୁଅର ରକ୍ତାକ୍ତ ମୃତଦେହ ଉଦ୍ଧାର

0
18
ବିଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧/୦୫) : ବିଲ ମଝିରୁ ୮ ବର୍ଷ ପୁଅର ରକ୍ତାକ୍ତ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧିନସ୍ଥ ଭେଜିପଦର ଗାଁ’ର ଏକ ଚାଷ ଜମି ନିକଟରୁ ଜଣେ ନାବାଳକର ମୃତ ଦେହ ଉଦ୍ଧାର କରିଛି ପୁଲିସ ।

ମୃତକ ନାବାଳକ ହେଉଛନ୍ତି ରଞ୍ଜନ ବଗର୍ତ୍ତି । ସୂଚନା ଅନୁସାରେ ଭେଜିପଦର ଗାଁ’ର ବିଘ୍ନ ବଗର୍ତ୍ତିଙ୍କ ପୁଅ ରଞ୍ଜନ ବଗର୍ତ୍ତି ଆଜି ସକାଳୁ ନିଜ ସାଙ୍ଗ ମାନଙ୍କ ଶହ ବାହାରକୁ ଖେଳିବାକୁ ଯାଇଥିଲେ । ଅନେକ ସମୟ ପଯ୍ୟନ୍ତ ରଞ୍ଜନ ଘରକୁ ଫେରି ନଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ସନ୍ଧ୍ୟାରେ ସ୍ଥାନୀୟ ଲୋକ ଭେଜିପଦର ଗାଁ’ର ଏକ ଚାଷ ଜମି ନିକଟରେ ଯିବା ବେଳେ ରଞ୍ଜନର ମୃତ ଦେହ ଦେଖିଥିଲେ । ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପରିବାର ଲୋକ ଘଟଣା ସ୍ଥଳରେ ପହଁଞ୍ଚି ପୁଅକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ । ସଇଁତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।