ବ୍ରିଜ ବାଡ଼ାରେ ବସିଥିବା ନାବାଳକକୁ ପିଟି ତଳକୁ ଖସିଲା ଟିପ୍ପର

0
22
ବ୍ରିଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୧/୦୫) : ଗରମ ହେଉଥିବାରୁ ବ୍ରିଜ ବାଡ଼ା ଉପରେ ବସିଥିଲା ନାବାଳକ । ଏହି ସମୟରେ ଏକ ବାଲି ବୋଝେଇ ଟିପ୍ପର ଦ୍ରୁତ ଗତିରେ ଆସି ପୋଲ ବାଡ଼ାରେ ବସିଥିବା ନାବାଳକଙ୍କୁ ଧକ୍କା ଦେଇ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ସନ୍ଥପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନେ ହେଲେ ଟିପ୍ପର ଡ୍ରାଇଭର ଓ ନାବାଳକ । ନାବାଳକର ଅବସ୍ଥା ଗୁରୁତର ରହିଛି। ଡ୍ରାଇଭର ଓ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବ୍ରିଜ ଉପରେ ପବନ ହେଉଥିବାରୁ ନାବାଳକଟି ପୋଲ ବାଡ଼ା ଉପରେ ବସିଥିଲା । ଏହି ସମୟରେ ଏକ ବାଲି ବୋଝେଇ ଟିପ୍ପରଟି ଦ୍ରୁତ ଗତିରେ ଆସି ବାଡ଼ାକୁ ଧକ୍କା ଦେଇ ନାବାଳକଙ୍କୁ ଧକ୍କା ଦେଇଥିଲା । ପରେ ଟିପ୍ପରଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ନାବାଳକ ମଧ୍ୟ ତଳକୁ ଖସି ପଡ଼ିଥିଲା । ପୁଲିସ ପହଞ୍ଚି ନାବାଳକ ଓ ଟିପ୍ପର ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ପୁଲିସ ବାଲି ବୋଝେଇ ଟିପ୍ପରକୁ ଜବତ କରି ଘଟଣାର ତଦନ୍ତ କରୁଛି ।