କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
21
କେନାଲରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩୦/୦୪) : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାଆନ୍ତାରାପୁର ଗାଁ’ର ରେଙ୍ଗାଳି ବାମ କେନାଲରେ ।

ମୃତକଙ୍କ ନାଁ ହେଲା ଜ୍ଞାନ କୁମାର ଦାସ । ତାଙ୍କ ଘର ସାଆନ୍ତାରାପୁରରେ ବୋଲି ଜଣାପଡ଼ଇଛି । ଜ୍ଞାନ କୁମାର ଦାସ ପେଷା ରେ ଜଣେ ବସ ଡ୍ରାଇଭର । ସୋମବାର (ଗତକାଲି) ନିଜର ଡିୟୁଟି ସାରି ଜିରାଳ ରୁ ନିଜ ଘର ଫେରୁଥିବା ବେଳେ ରେଙ୍ଗାଳି ବାମ କେନାଲ ରେ କୌଣସି କାରଣ ରୁ ଖସି ପଡ଼ିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଆସିବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁତ ଖୋଜିବା କରିବା ପରେ ଜ୍ଞାନକୁ କେନାଲ ରେ ପଡ଼ିଥିବାର ଦେଖିଥିଲେ । ଏନେଇ ପରିବାର ଲୋକଙ୍କ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ କେନାଲରୁ ଉଦ୍ଧାର କରିଥିଲେ ।

ସଙ୍ଗେ ସଙ୍ଗେ ପ୍ରଥମେ ଜିରାଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଜ୍ଞାନଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଅଧିକ ଗରମ ଯୋଗୁ ଜ୍ଞାନ ଚେତାଶୂନ୍ୟ ହୋଇ କେନାଲ ରେ ପଡ଼ି ଯାଇଥିବା ଅନୁମାନ କରୁଛନ୍ତି ପରିବାର ଲୋକେ। ତେବେ ପ୍ରକୃତ ସତ୍ୟ କ’ଣ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।