ଆଜି ଠାରୁ ୩ ମାସ ବନ୍ଦ ରହିବ ଭିତରକନିକା

0
23
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୧/୦୫) : ଆଜି ଠାରୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ ।

ଆଜି ଠାରୁ ୩ ମାସ ବନ୍ଦ ରହିବ ଭିତରକନିକା । ସୂଚନା ଅନୁସାରେ, କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି । ନଦୀ ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ସେମାନଙ୍କ ମିଳନ ପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜାଇବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।ଏହି ସମୟରେ ମାଆ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ । ଏହି ସମୟରେ ସେ ଅଧିକ ହିଂସ୍ର ହୋଇଥାଏ । ଏଥିପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବାକୁ ବାରଣ କରାଯାଇଛି ।