ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

0
20
ଆନ୍ତର୍ଜାତିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୫) : ଆଜି କାଶୀନଗର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ନିମନ୍ତେ ଏକ ରାଲି ହୋଇଯାଇଛି ।

ଅଲ ଇଣ୍ଡିଆ କ୍ଷେତ ଓ ମଜଦୁର ସଙ୍ଘ ର ସ୍ଥାନୀୟ ନେତା କେଦାର ଶବର ଙ୍କ ନେତୃତ୍ୱ ରେ ଏକ ବିଶାଳ ରାଲି କାଶୀନଗର ଫୋରେଷ୍ଟ ଛକ ଠାରୁ କାଶୀନଗର ସହର ପରିକ୍ରମା କରିଥିଲା । ଶ୍ରମିକ ବିରୋଧୀ ନୀତି କୁ ନିନ୍ଦା କରାଯାଇ ବିଭିନ୍ନ ନାରା ଦିଆଯାଥିଲା । ପ୍ରକାଶ ଥାଉକି ପ୍ରଥମ କରି ଆମେରିକା ରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଶ୍ରମିକ ମାନଙ୍କୁ ୧୬ ଘଣ୍ଟା କାମ କରିବାକୁ କୁହାଯିବାରୁ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ୧୯୨୩ ମସିହାରେ ଭାରତ ରେ ଏହି ଦିବସ ଲେବର ଡେ ବା ଶ୍ରମିକ ଦିବସ ରୂପେ ପାଳିତ ହୋଇଆସୁଛି ।

୧୯୨୩ ମସିହା ରେ ଚେନାଇ ରୁ ହିନ୍ଦୁସ୍ତାନ ଲେବର କିସାନ ପାର୍ଟି ତରଫରୁ ଏହି ଦିବସ ପାଳନ ଅରମ୍ଭ ହେଲା । ଷ୍ଟି କେଦାର ଶବର ଠିକା କାର୍ଯ୍ୟ ଉଛେଦ, ସମାନ କାମ କୁ ସମାନ ପ୍ରାପ୍ୟ ଇତ୍ୟାଦି ବିଭିନ୍ନ ନାରା ଦେଇ ସଚେତନ ସୃଷ୍ଟି କରିଥିଲେ । ଆଜି ମୋଟର ଗାଡି କିଛି ଯିବା ଆସିବା ନ କରୁଥିବା ରୁ ଲୋକେ ନାନା ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ମିଳିଛି ।