ମୋହନା ନିର୍ବାଚନ ମଣ୍ଡଳୀ ଚନ୍ଦ୍ରଗିରି ରେ ପାଣ୍ଡିଆନ

0
133
ମୋହନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୫) : ଗତ କାଲି ମୋହନା ନିର୍ବାଚନ ମଣ୍ଡଳୀ ଚନ୍ଦ୍ରଗିରି ରେ ଷ୍ଟାର ପ୍ରଚାରକ ଭି. କେ. ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଥିଲେ ।WhatsApp Image 2024 05 01 at 12.24.31 1 1 ମୋହନା ନିର୍ବାଚନ ମଣ୍ଡଳୀ ଚନ୍ଦ୍ରଗିରି ରେ ପାଣ୍ଡିଆନ

ଗତ ମଙ୍ଗଳବାର ରେ ଚନ୍ଦ୍ରଗିରି ଠାରେ ଶ୍ରୀ ଭି କେ ପାଣ୍ଡିଆନ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଅନ୍ତର୍ଜାମୀ ଗମାଙ୍ଗ ଓ ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର ନିମନ୍ତେ ଆସିଥିଲେ । ସେ ସିଧା ସିଧା ବିରୋଧୀ ଙ୍କ ଉପରେ ନିଶାନା କରିଥିଲେ । ଦୁର୍ନୀତି ଲୋକ ଓ ନେତା ଙ୍କୁ ନବୀନ କେବେ ସାହି ନାହାନ୍ତି ଏଣୁ ଦୁର୍ନୀତି ଖୋର ଲୋକଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ସେ କହି ଭୃଗୁ ଓ ଅନ୍ତର୍ଜାମୀ ଙ୍କୁ ଦୁଇଟି ଭୋଟ ଶଙ୍ଖ କୁ ଦେବାକୁ କହିଥିଲେ ।ଏହି ସଭାରେ ଡ଼ସଲର ର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଓ ଉପସଭାପତି ଦଣ୍ଡାସୀ ସାହୁ,, ଅନ୍ତର୍ଜାମୀ ଗମାଙ୍ଗ ଓ ଶ୍ରୀ ଭୃଗୁ ବକ୍ସିପାତ୍ର ଶ୍ରୀ ପାଣ୍ଡିଆନ ଙ୍କୁ ସ୍ୱାଗତ କରିଥିଲେ । ମଠ, ମନ୍ଦିର, ଗୀର୍ଜା, ଓ ମସଜିଦ କୁ ଶ୍ରୀ ନବୀନ ପଟନାୟକ ୧୮୦ କୋଟି ଦେଇଛନ୍ତି । ଆହୁରି ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ବିକାଶ ର ଅନ୍ୟନାମ ନବୀନ ବୋଲି କହିଥିଲେ ।