ଗୁଣପୁର ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

0
40
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୫) : ଆଜି ଗୁଣପୁର ମୋଟର କର୍ମଚାରୀ ସଂଘ ତରଫରୁ ୧୩୮ ତମ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ଅବସରରେ, ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରିବା ସହ ବାଇପାସ୍ ଛକ ଠାରେ ଶ୍ରମିକ ନେତା ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମୋଟର କର୍ମଚାରୀ ସଂଘର ସଭାପତି ଫଣୀଭୁଷଣ ପଟ୍ଟନାୟକ ପୁଷ୍ପମାଲ୍ୟାପଣ କରିଥିଲେ ।WhatsApp Image 2024 05 01 at 11.06.39 ଗୁଣପୁର ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଶ୍ରମିକ ମାନଙ୍କ ଅଧିକାର ହେଉଛି ସାମାଜିକ ନ୍ୟାୟ ଓ ଉଚିତ ମଜୁରୀ , ମାତ୍ର ଆଜିର ଦିନରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ହୋଇପାରୁ ନାହିଁ । ମନରେଗା ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଦେବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଦାବି କରୁଥିଲା ବେଳେ ସରକାର ମାତ୍ର ୨୫୪ ଟଙ୍କା ପ୍ରଦାନ ସମୁଚିତ ନୁହେଁ ଓ ୧୦୦ ଦିନର କାମ ମଧ୍ୟ ମିଳୁନି । ଶ୍ରମ ବୋର୍ଡକୁ ରଧ୍ୟ କରିବା ଆଜିର ଦିନରେ ଏକ ବଡ଼ ପ୍ରସଙ୍ଗ । ଶ୍ରମିକ ମାନଙ୍କ ଲାଗି କଲ୍ୟାଣ ବୋର୍ଡ଼ ଗଠନ କରି ପାଣ୍ଠି ବ୍ୟବସ୍ଥା କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।

ପାଚିକା ଓ ସହାୟିକା ମାନଙ୍କୁ ନିୟମିତ କରିବା, ୨୬ ହଜାର ଟଙ୍କା ଦରମା, ପେନସେନ, ବିମା ସହ ଅପର ପକ୍ଷରେ ବିଡି ଶ୍ରମିକ ମାନଙ୍କର କୋୖଣସି ସାମାଜିକ ସୁରକ୍ଷା ଓ ଉତ୍ତମ ମଜୁରୀ ବ୍ୟବସ୍ଥା ନାହିଁ । ଠିକା ଶ୍ରମିକ ମାନଙ୍କୁ ଆଜିର ଦିନରେ ୨୬ ଦିନର କାର୍ଯ୍ୟ ଦିବସ ମିଳିବା ମଧ୍ୟ କଷ୍ଟ ହେଲାଣି ତେଣୁ ସରକାର ଏ ଦିଗରେ ଚିନ୍ତା କରିବା ଦରକାର । ଇପିଏଫ ପେନସନ ମାସିକ ୫୦୦୦ ଟଙ୍କା କରିବା ସହ ସେମନଙ୍କର ପିଲାମାନେ ଉପଯୁକ୍ତ ଶିକ୍ଷା ଲାଗି ବ୍ୟବସ୍ଥା ହେବ ଦରକାର । ଶେଷରେ ଘରୋଇ ମହିଳା ଶ୍ରମିକଙ୍କ ଲାଗି ବିଧାନ ସଭାରେ ସେମାନଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ପଡିବ ବୋଲି ସି ପି ଆଇ(ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ତ୍ରିପତି ଗମାଙ୍ଗ( ସମ୍ପାଦକ) ସିପିଆଇ(ଏମ୍ଏଲ) ଲିବରେସନ ପୈାରହିତ୍ୟ କରିଥିବା ବେଳେ ଅନାସିମ ଶବର, ଭିମା, ଶ୍ରି ରାମ, ପି ଭେକଂଟ ରାଓ (ସମ୍ପାଦକ) ମୋଟର କର୍ମଚାରୀ ସଂଘ, ଦିଳ୍ଲୀପ ପଟନାୟକ (ଉପ ସଭାପତି) ମୋଟର ସଂଘ , କିଶୋର ମହାନ୍ତି (କୋଷାଧ୍ୟକ୍ଷ), ଡମ୍ଭୁରୁ ଧର ଦାସ ମେସ୍ତ୍ରୀ ୟୁନିଅନ (ଉପ ସଭାପତି), ଗଣପତି ଅମର ବିଲି, ଜି ଚନ୍ଦ୍ରାୟା, ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।