ବିଜାମାଳ ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

0
22
ବିଜାମାଳ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୫) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବିଜାମାଳ ଗ୍ରାମରେ ବୁଧବାର ଦିନ ଠାରୁ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଛି ।

ପୂର୍ବଦିନ ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ବାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ପୂର୍ଣ୍ଣାହୁତି ପରେ ଗ୍ରାମବାସୀଙ୍କ ଦ୍ଵାରା ନଗର ସଙ୍କୀର୍ତ୍ତନ୍ୟ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି ନାମଯଜ୍ଞରେ କର୍ତ୍ତା ରୂପେ ପତିରାମ ପଧାନ ଓ ତାଙ୍କ ଧର୍ମପତ୍ନୀ ସୁଦେଶିନୀ ପଧାନ, ପୂଜକ ରୂପେ ପ୍ରଦ୍ୟୁମ୍ନ ଖମାରୀ ଓ ଜପକ ରୂପେ ପ୍ରସନ୍ନ ଖମାରୀ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ନାମଯଜ୍ଞରେ ନିଜ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳର ପ୍ରତିଷ୍ଠିତ ସଙ୍କୀର୍ତ୍ତନ୍ୟ ଦଳ ଗୁଡ଼ିକ ଦ୍ଵାରା ହରେକୃଷ୍ଣ ହରେରାମ ନାମ ପରିବେଷଣ କରାଯାଇଥିଲା । ଏଥିରେ ବିଜାମାଳ ଷୋହଳ ପ୍ରହରୀ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ, ମହିଳା ଓ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Leave a Reply