ବିଦ୍ୟୁତ ବିଭାଗ ର ତତ୍ପରତା ତିନି ଦିନ ଭିତରେ ଲାଗିଲା ନୂଆ ଡ୍ରିଙ୍କିଙ୍ଗ ୱାଟର ସପ୍ଲାଏ ଟ୍ରାନ୍ସଫର୍ମର

0
79
ବିଦ୍ୟୁତ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୫) : ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମର ଡ୍ରିଙ୍କିଙ୍ଗ ୱାଟର ଟ୍ରାନ୍ସଫର୍ମର ପୋଡି ଯାଇଥିଲା ।

ବିଦ୍ୟୁତ ବିଭାଗ ର ତତ୍ପରତା ତିନି ଦିନ ଭିତରେ ଲାଗିଲା ନୂଆ ଡ୍ରିଙ୍କିଙ୍ଗ ୱାଟର ସପ୍ଲାଏ ଟ୍ରାନ୍ସଫର୍ମର । ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ଏସଡିଓ ଓ ଜେଇ ଙ୍କୁ ଏହି ବିଷୟରେ ଜଣାଇଥିଲେ । ଏସଡିଓ ଜଗନ୍ନାଥ ପତି, ମୁରିବାହାଲ ଜେଇ ମହମ୍ମଦ ଜୁନେଦ ଓ ଲାଇନ ମ୍ୟାନ ଅଜିତ ତରିଆ ଓ କର୍ମଚାରୀ ଙ୍କ ପ୍ରଚେଷ୍ଟା ରେ ତିନି ଦିନ ଭିତରେ ନୂଆ ୨୫ କେଭିଏ ଟ୍ରାନ୍ସଫର ଲଗାଇ ସମସ୍ୟା ସମାଧାନ କରିଥିଲେ । ସେକ୍ସନ ଅଫିସର ମହମ୍ମଦ ଜୁନେଦ ଦେହ ଖରାପ ଥିବାରୁ ବାହାରେ ଚିକିତ୍ସା ହେଉଥିବା ସ୍ୱତ୍ତ୍ୱେ ଖରାଦିନେ ପାଣି ସମସ୍ୟା ନ ହେଉ ବୋଲି କେମିତି ଟ୍ରାନ୍ସଫର୍ମର ଶୀଘ୍ର ଲାଗିବ ଚେଷ୍ଟା କରିଥିଲେ । ଗ୍ରୀଷ୍ମ ଦିନରେ ପାଣିର ନିହାତି ଆବଶ୍ୟକ ବିଦ୍ୟୁତ ବିଭାଗର ତତ୍ପରତା କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply