ଆଜି ମୁଖ୍ୟମନ୍ତ୍ରୀ ଙ୍କ ପାରଳା ଗସ୍ତ

0
83
ଆଜି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୪/୫) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟନାୟକ ପାରଳା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କରିବେ, ବୋଲି ସୂଚନା ରହିଛି ।

ପାରଳା ବିଧାନସଭା ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ ଙ୍କ ନିମନ୍ତେ ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଙ୍କ ପାଇଁ ପ୍ରଚାର କରିବେ ବୋଲି ଆସୁଥିବା ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ଥିବା ଇନ୍ଦିରା ଷ୍ଟାଡିୟମ ଠାରେ ସେ ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେବେ। ଷ୍ଟାଡିୟମ ରେ ପ୍ରାୟ କୋଡିଏ ହଜାର ପୁରୁଷ ଓ ମହିଳା ଯୋଗ ଦେବେ ବୋଲି ଜଣାଯାଇଛି । ଏହି କାର୍ଯ୍ୟ ତଦାରଖ କରିବା ପାଇଁ ବିଧାୟକ ପ୍ରାର୍ଥୀ ଇଂ. ରୁପେଶ ପାଣିଗ୍ରାହୀ ନିଜେ ଷ୍ଟାଡିୟମ ରେ ପହଂଚି କାର୍ଯ୍ୟ ଦେଖୁଛନ୍ତି ।