କାଶୀନଗର ଶ୍ରୀରାମ ମନ୍ଦିର ରେ ଶ୍ରୀରାମ ନବମୀ ପାଳିତ

0
74
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୪) : ଆଜି ପବିତ୍ର ଶ୍ରୀରାମ ନବମୀ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମ ଦିନ, ଆଜି ଅଯୋଧ୍ୟା ରେ ରାମଲାଲା ଙ୍କ ପାଇଁ ବିଶେଷ ଆୟୋଜନ ହୋଉଛି ।

ସେହିଭଳି ଗଜପତି ଜିଲ୍ଲା କାଶୀନଗର ରେ ବଡ଼ ଧୁମ ଧାମ ରେ ଶ୍ରୀରାମ ନବମୀ ନବ ଦିନ ବ୍ୟାପି ପାଳିତ ହେବ । କାଶୀନଗର ବ୍ଲଜ ର ହାଡୁଭାଙ୍ଗି ଶ୍ରୀରାମ ରାମ ମନ୍ଦିର ରେ ମଧ୍ୟ ନବଦିନ ବ୍ୟାପି ଏହି ଉତ୍ସବ ହେବ । ପ୍ରାତଃ ରୁ ମଙ୍ଗଳ ଆଳତି ମଇଳାମ ପରେ ବାଳ ଭୋଗ ନୀତି ହୋଇଛି । ରାମାୟଣ ପାଠ, ହୋମ ଯଜ୍ଞ ମଧ୍ୟ ହେଉଛି, ସେପଟ ରାମେଶ୍ୱରଙ୍କ ପୀଠରେ ଜଳାଭିଷେକ ଚାଲିଛି । ଶ୍ରୀରାମ ମନ୍ଦିର ର ଭାସ୍କର ସାମନ୍ତରାଙ୍କ ଉଦ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି । ସେହିଭଳି ହାଡୁଭାଙ୍ଗି ଶ୍ରୀରାମ ମନ୍ଦିରରେ ଯାତ୍ରା ଅନୁଷ୍ଠିତ ହେଉଛି, ଆଲୋକ ସଜ୍ଜା ଓ ରାତ୍ର ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଯାତ୍ରା କମିଟି ଅଧ୍ୟକ୍ଷ ଶ୍ରୀରାମ ପୋରେଡି ବାବୁ ରାଓ କହିଛନ୍ତି ।

Leave a Reply