ବିନିକା ପୁଲିସ ବିଭାଗ ପକ୍ଷରୁ ୧୦.୭୫୦ କେଜି ଗଞ୍ଜେଇ ଜବତ ୨ ଜଣକୁ ଗିରଫ

0
23
ବିନିକା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ବିନିକା ଥାନା ଏସ ଆଇ ପ୍ରସନ୍ନ ଜିତ ବେହେରା ଓ ପୁଲିସ ଟିମ ପେଟ୍ରୋଲିଙ୍ଗି କରୁଥିବା ସମୟରେ ବିନିକା-ଡ଼ୁଙ୍ଗୁରିପାଲି ମୂଖ୍ୟ ରାସ୍ତା ବିନିକା ଥାନା ତୁଲୁଣ୍ଡୁପାଲି ପାଖ ଡ଼ମନିନାଳ ପାଖରେ ୨ଜଣ ଏକ ବେଗ୍ ଧରି ଛିଡ଼ା ହୋଇଥିଲେ ।

ଏହାଙ୍କୁ ସନ୍ଦେହ କରି ତଦନ୍ତ କରିଥିଲେ । ତଦନ୍ତ ସମୟରେ ୧୦କେଜି ୭୫୦ଗ୍ରାମ ଗଞ୍ଜାଇ ଜବତ କରି ଉତ୍ତର ପ୍ରଦେଶ ରାଜ୍ୟ ଚିତ୍ରକୋଟ ଜିଲ୍ଲା ବାଘବାରା ଗ୍ରାମର ମନୋଜ ଦୁବେ (୨୮)ଓ ସନ୍ତୋଷ ହରିଜନ (୩୦) ଉଭୟଙ୍କୁ ବିନିକା ଥାନାରେ ଆଣି ଅଟକ ରଖିଥିଲେ l ବିନିକା ଥାନା ଏସଆଇ ଅନିଳ କୁମାର ବେହେରା ୧୮୩/୨୪ ରେ ଏକ ମାମାଲା ରୁଜୁ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରି କୋଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି । ଏହି ପେଟ୍ରୋଲିଙ୍ଗରେ ଏ ଏସ ଆଇ ଶ୍ରୀକୃଷ୍ଣ ସେଠ୍, କନଷ୍ଟବଲ୍ ଏ ଏଚ ମହାଲିଙ୍ଗ, ଗୋପୀନାଥ ସାହୁ ଏବଂ ସାନନ୍ଦ ପଧାନ ପ୍ରମୁଖ ସାମିଲ୍ ଥିଲେ l

Leave a Reply