କଂଗ୍ରେସ ଦଳ ତରଫରୁ ଷୋଳଘର ଗ୍ରାମ ରେ ପାଞ୍ଚଟି ପଞ୍ଚାୟତ କୁ ନେଇ ନିର୍ବାଚନୀ ସଭା ଅନୁଷ୍ଠିତ

0
39
କଂଗ୍ରେସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୪/୫) : ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର, ଷୋଳଘର, ବାଘଳା, ସୁନାଥର, ଜଗନ୍ନାଥ ପୁର ପଞ୍ଚାୟତ ର ବହୁ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଷୋଳଘର ଗ୍ରାମରେ ଏକ ନିର୍ବାଚନି ସଭା ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2024 05 04 at 10.44.52 କଂଗ୍ରେସ ଦଳ ତରଫରୁ ଷୋଳଘର ଗ୍ରାମ ରେ ପାଞ୍ଚଟି ପଞ୍ଚାୟତ କୁ ନେଇ ନିର୍ବାଚନୀ ସଭା ଅନୁଷ୍ଠିତ

ଏଥିରେ କଂଗ୍ରେସ ର ଲୋକ ସଭା ପ୍ରାର୍ଥୀ ଦେବକାନ୍ତ ଶର୍ମା , ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ଚିତ୍ର ସେନ ବେହେରା (ଉଜ୍ଜ୍ୱଳ ଭାଇ) ପୁରୁଷୋତ୍ତମପୁର ବ୍ଳକ ସଭାପତି ପ୍ରଦୀପ ମହାରଣା, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାସ ଏବଂ ବାଘଳା ର ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଚୟ କୁମାର ଦାସ, ଙ୍କ ସଂଯୋଜନା ରେ କଂଗ୍ରେସ କର୍ମୀଙ୍କୁ ନେଇ ଆସନ୍ତା ମେ ୨୦ ତାରିଖ ରେ ହେବାକୁ ଥିବା ଓଡିଶାର ଲୋକସଭା ଓ ବିଧାନ ସଭା ନିମନ୍ତେ କଂଗ୍ରେସର ଆସ୍କା ସଂସଦୀୟ କ୍ଷେତ୍ର, ଓ ଖଲ୍ଲିକୋଟ ବିଧାନ ସଭା କ୍ଷେତ୍ର ପାଇଁ ଦୁଈ ପାର୍ଥୀଙ୍କୁ କିପରି ଲୋକଙ୍କୁ ସଚେତନତା କରାଇ ବିଶେଷ କରି କଂଗ୍ରେସ ର ପ୍ରଧାନମନ୍ତ୍ରୀ ପାର୍ଥୀ ରାହୁଲ ଗାନ୍ଧୀଙ୍କ ଲୋକଙ୍କ ନିମନ୍ତେ ପାଞ୍ଚ ଗେରେଣ୍ଟି କାର୍ଡ ଯଥା ୧ — ଗୃହ ଜ୍ୟୋତି ଯୋଜନାରେ ଉପଭୋକ୍ତା ଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ଼, ୨ –ଯୁବ ବିକାଶ ଯୋଜନା ରେ ପାଞ୍ଚ ଲକ୍ଷ ଯୁବକ, ଯୁବତୀ, ଙ୍କ ନିମନ୍ତେ ନିଯୁକ୍ତି ବ୍ୟବସ୍ତା ଓ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବେକାରୀ ଭତା ପ୍ରଦାନ, ୩– କୃଷକ ବନ୍ଧୁ ଯୋଜନା ରେ ବୋନସ ସହ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୩୦୦୦ ଟଙ୍କା , କୃଷି ରୁଣ ଛାଡ଼, କୃଷକ ଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ।

୪—ଗୃହ ଲକ୍ଷ୍ମୀ ଯୋଜନା ମହିଳା ଙ୍କୁ ମାସିକ ଭତା ୨୦୦୦ ଟଙ୍କା ଏବଂ ଆଦିବାସୀ ଦଳିତ ମହିଲାଙ୍କୁ ୩୦୦୦ ଟଙ୍କା ଭତା ପ୍ରଦାନ, ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ ବ୍ୟାଙ୍କ ରୁଣ ଛାଡ଼, ୫— ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଲୋକଙ୍କ ଚିକିଛା ସୁବିଧା, ୨୦୦୦ ଟଙ୍କା ବାର୍ଦ୍ଧକ୍ୟା ଭତା ବିଧବା, ଦିବ୍ୟାଙ୍ଗଙ୍କ ନିମନ୍ତେ, ଚିଟିଫଣ୍ଡ ଜମା କାରୀଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମା ରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓଚାକିରୀ କ୍ଷେତ୍ର ରେ ପଛୁଆ ବର୍ଗ ପାଇଁ ୨୭ % ସଂରକ୍ଷିତ, ଦଳିତ ଓ ଆଦିବାସୀଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମୁର୍ଣ ଅଧିକାର, ଏବଂ ୧୦୦ ଦିନ ମଧ୍ୟରେ ପ୍ରେସ ଆଇନକୁ କଡା କଡ଼ି ଭାବେ ଲାଗୁ କରିବାକୁ ଦେଇଥିବା ଏହି ଗେରେଣ୍ଟି କାର୍ଡ ଉପରେ ଲୋକମାନଙ୍କୁ ବୁଝାଇ ଦୁଈ ପାର୍ଥୀଙ୍କୁ ହାତ ଚିହ୍ନ ରେ ଭୋଟ ଦେବା କୁ ଲୋକମାନଙ୍କୁ ଓ କର୍ମୀ, ନେତା ମାନଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଷୋଳଘର ପଞ୍ଚାୟତ ର ଲିଟୁ ମହାନ୍ତି, ରାମକୃଷ୍ଣ ପାଢୀ, ସାଗର ପାଢୀ, ସୃତି ରଞ୍ଜନ ମହାନ୍ତି, ସୁଶାନ୍ତ ଦାସ, ସାଗର ଦାସ, ନରହରି ପଣ୍ଡା, ରାମକୃଷ୍ଣ ସାହୁ, ସ୍ୱରାଜ୍ୟ ବେହେରା, ରାମକୃଷ୍ଣ ମହାନ୍ତି, ରମେଶ ବେହେରା, ପପୁନୁ ବେହେରା, ସନ୍ତୋଷ ପାଢ଼ୀ, ନାରାୟଣ ପାଢ଼ୀ, ଶ୍ରୀଧର ସାହୁ , ଦିନେଶ ପଣ୍ଡା ଓ ବାଘଳା ପଞ୍ଚାୟତ ର ସଞ୍ଚୟ କୁମାର ନାହାକ , ସୁଶାନ୍ତ କୁମାର ନାହାକ , କୃଷ୍ଣ ନାହାକ , ଗଣେଶ ନାହାକ , ରାଜୀବ ନାହାକ, ଅମର ନାହାକ, ସୁଧିର ନାହାକ, କୈଳାସ ନାହାକ, ବିକି ନାହାକ , ସଚିନ୍ ନାହାକ, ସାଗର ନାହାକ, ଆସିସ୍ ନାହାକ, ବୁଲୁ ବସ୍ତିଆ, ମିଟୁ ବସ୍ତିଆ, ନିଳାଞ୍ଚଳ ବସ୍ତିଆ, ସୁଜିତ ବସ୍ତିଆ, ଟିଟୁ ବସ୍ତିଆ, ପିତାମ୍ବର ବସ୍ତିଆ, ମିଥୁନ ସାସମଲ, ଚନ୍ଦନ ସାସମଲ ଉପସ୍ଥିତ ଥିଲେ।

Leave a Reply