ଭୋଟର ସଚେତନ କାର୍ଯ୍ୟକ୍ରମ

0
41
ଭୋଟର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୪/୦୫) : ଗୁଣପୁର ସୂଚନା କେନ୍ଦ୍ର ପରିସରରେ ଆୟୋଜିତ ନିର୍ବାଚନୀ ପ୍ରଦର୍ଶନୀ କେନ୍ଦ୍ରରେ ଆଦିମ ଜନଜାତି ବର୍ଗର ଯୁବ ଭୋଟରଙ୍କୁ ମତଦାନ ନିମନ୍ତେ ସଚେତନ କରାଯାଇଥିଲା ।WhatsApp Image 2024 05 04 at 11.52.43 1 ଭୋଟର ସଚେତନ କାର୍ଯ୍ୟକ୍ରମ

ଉପଜିଲ୍ଲାପାଳ କୀରଣ ଦୀପ କୌରଙ୍କ ନିର୍ଦ୍ଦେଶକ୍ରମେ, ଲାଞ୍ଜିଆ ସୌରା ଉନ୍ନୟନ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ଅସୀମା ରାଓ ଆଦିମ ଜନଜାତି ଯୁବ ଭୋଟର ଓ କଲେଜ ଛାତ୍ର ଛାତ୍ରୀଙ୍କୁ ପ୍ରଦର୍ଶନୀ କେନ୍ଦ୍ରକୁ ନେଇ ସ୍ୱାଧୀନତା ପର ଠାରୁ ହୋଇଥିବା ସମସ୍ତ ନିର୍ବାଚନ ବିଷୟରେ ଅବଗତ କରାଇଥିଲେ । ଭୋଟର ସଚେତନତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଚାର ମାଧ୍ୟମରେ ସ୍ଵଛ, ଅବାଧ ଓ ଶତ ପ୍ରତିଶତ ମତଦାନ ନିମନ୍ତେ ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଗୁରତ୍ୱ ଦେଇଥିଲେ । ଆସନ୍ତା ମଇ ୧୩ ତାରିଖରେ ହେବାକୁ ଥିବା ଭୋଟଦାନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ନିମନ୍ତେ ନିଜ ଅଞ୍ଚଳରେ ପ୍ରସାର କରିବା ନିମନ୍ତେ ଯୁବ ଭୋଟରଙ୍କୁ ଆହ୍ୱାନ ଦିଆଯାଇଥିଲା । ପୂର୍ବଘାଟ ପର୍ବତମାଳାର ପାଦଦେଶରେ ବସବାସ କରୁଥିବା ଆଦିମ ଅଧିବାସୀ ମାନଙ୍କ ମଧ୍ୟରେ ମତଦାନ ନିମନ୍ତେ ସଚେତନ କରିବା ପାଇଁ ଯୁବ ଭୋଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

ଗୁଣପୁର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପୁଟାସିଂ ଅଞ୍ଚଳର ଯୁବ ଭୋଟର ପ୍ରମୁଖ ପ୍ରଦର୍ଶନୀ କେନ୍ଦ୍ର ବୁଲି ଦେଖିବା ସହ ସଚେତନ ହୋଇ ଖୁସି ବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମଙ୍ଗଳ ଅଧିକାରୀ ପଦ୍ମନାଭ ବେହେରା, ପ୍ରକଳ୍ପ ମ୍ୟାନେଜର ସୂର୍ଯ୍ୟକାନ୍ତ, ଦୁର୍ଯ୍ୟଧନ ପ୍ରଧାନ, ରଞ୍ଜିତ ଗୁପ୍ତା, ଦିବାକର ନାଗବଂଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ଓ ଅନନ୍ତ ପାତ୍ର ସମସ୍ତଙ୍କୁ ସଚେତନ କରେଇ ଥିଲେ ।

Leave a Reply