ଗାୟତ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ

0
24
ଗାୟତ୍ରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୪/୫) : ଗୁଣପୁର ସ୍ଥିତ ଗାୟତ୍ରୀ ନର୍ସିଂ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଛି ।

ନର୍ସିଂ ବିଭାଗର ପ୍ରିନ୍ସିପାଲ ଶ୍ରୀଯୁକ୍ତ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନର୍ସିଂ କ୍ଷେତ୍ରରେ ଫ୍ଲୋରେନସ ନାଇଟିଙ୍ଗେଲ୍ ଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମ ଦିବସକୁ ମନେ ପକାଇ ପ୍ରତିବର୍ଷ ନର୍ସ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୁପେ ଫାର୍ମାସି ବିଭାଗର ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ପାଣିଗ୍ରାହୀ ଯୋଗଦେଇଥିଲେ । ଯୁଦ୍ଧ ସମୟରେ ନିଜ ଜୀବନକୁ କିପରି ବାଜିରେ ଲଗାଇ ଫ୍ଲୋରେନସ ନାଇଟିଙ୍ଗେଲ୍ ଆହତ ସୈନିକଙ୍କ ସେବା କରୁଥିଲେ ଓ ରାତ୍ରି ସମୟରେ ଏକ ଛୋଟ ଲଣ୍ଠନ ଧରି ସୈନ୍ଯଙ୍କ ଚିକିତ୍ସା ପାଇଁ ବାହାରିପଡୁଥିଲେ ତେଣୁ ସେ ‘ଲେଡି ଅଫ ଦି ଲେମ୍ପ’ ନାମରେ ମଧ୍ଯ ସାରା ବିଶ୍ବରେ ପରିଚିତ ହୋଇଥିଲେ । ଏହିପରି ସେବା ମନୋବୃତ୍ତି ନେଇ କାର୍ଯ୍ଯ କରିବାକୁ ଛାତ୍ରୀମାନଙ୍କୁ ଅତିଥିମାନେ ନିଜ ଅଭିଭାଷଣ ରେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ ନର୍ସିଂ ବିଭାଗର ଟିୟୁଟର୍ ଶ୍ରୀଯୁକ୍ତ କମଳ କିରଣ ଦେହୁରି ଓ ରାଜୀବ ପଣ୍ଡା ପରିଚାଳନା କରିଥିଲେ । ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ନିଜ ଶନ୍ଦେସ ମାଧ୍ୟମରେ ପ୍ରସଂଶା କରିଥିଲେ ଓ ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।

Leave a Reply