ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଗୁଣପୁର ବିଜେଡି

0
55
ବାଇକ୍

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୪) : ଆଜି ପବିତ୍ର ରାମନବମୀ , ଦେଶସାରା ରାମଲାଲାଙ୍କ ଜୟଧ୍ଵନୀ ରେ ପ୍ରକମ୍ପିତ ହୋଇଉଠିଛି ।WhatsApp Image 2024 04 17 at 17.22.21 ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି ଗୁଣପୁର ବିଜେଡି

ଏହି ଅବସରରେ ଆଜି ପ୍ରଵାଦ ପୁରୁଷ ବିଜୁବାବୁଙ୍କର ଶ୍ରାଦ୍ଧ ଦିବସକୁ ଆର୍ଶ୍ରୀବାଦ ଦିବସ ରୂପେ ପାଳନ କରି ଗୁଣପୁର ବିଜେଡି ତା’ର ଶକ୍ତି ପ୍ରଦର୍ଶନ କରି ପ୍ରଚାର ଆରମ୍ଭ କରିଛି । ଗୁଣପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜୁ ପ୍ରେମୀଙ୍କୁ ନେଇ ଏକ ବିଶାଳ ବାଇକ୍ ରାଲିର ଆୟୋଜନ କରାଯାଇଥିଲା । ଵିକ୍ରମପୁର ଠାରୁ ହଜାର ହଜାର ବାଇକ୍ ଶୋଭାଯାତ୍ରାରେ ଵାହାରି ପୂରୁଣା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ମରାଠିଗୁଡା, ବାଇପାସ୍ ରାସ୍ତା ଦେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଥିଲେ । ଜୟ ଜଗନ୍ନାଥ ,ଜୟ ଶ୍ରୀରାମ ,ବିଜୁ ବାବୁ ଅମର ରହେ, ନବୀନ ବାବୁ ଜିନ୍ଦାବାଦ, ଭାଷ୍କର ରାଓ ଜିନ୍ଦାବାଦ, ସୁଧୀର ଦାସ ଜିନ୍ଦାବାଦ ଧ୍ଵନିରେ ଗୁଣପୁର ସହର ପ୍ରକମ୍ପିତ ହୋଇଉଠିଥିଲା ।

ଚଳିତ ନିର୍ବାଚନରେ କିପରି ବିପୁଳ ପରିମାଣର ଭୋଟ ପାଇ ବିଜେଡି ନିର୍ବାଚନ ବୈତରଣୀ ପାର କରିବ ତାର ଏକ ଝଲକ୍ ଆଜି ଗୁଣପୁର ଠାରେ ଦେଖିବାକୁ ମିଳିଛି । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ନେତୃତ୍ବରେ କରାଯାଇଥିବା ଏହି ବାଇକ୍ ରାଲିରେ ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ପିଙ୍କୁ ପଣ୍ଡା, ନଗର ବିଜେଡି ସଭାପତି ରାମ ପଣ୍ଡା, ବ୍ଲକ ବିଜେଡି ସଭାପତି ଶ୍ରୀନିବାସ ଶତପଥୀ, ବିଜେଡି ନେତା ଏସ୍ ବାବା ପ୍ରସାଦଙ୍କ ସମେତ ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର, ରାମନାଗୁଡା, ଗୁଣପୁର ଅଞ୍ଚଳର ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ ।

Leave a Reply