ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

0
258

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୬/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣରୁ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ | ଏଠାରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ସହରର ବିକାଶ ପାଇଁ ଆଗାମୀ ଦିନ ରେ କିଛି ପ୍ରକଳ୍ପ ନିମନ୍ତେ ଓ ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି ଓ ପୁରୁଣାକଟକ ଅକ୍ରୁର ସେଠି ଓ ପୁରୁଣାକଟକ ନାଗରିକ କମିଟି ସଦସ୍ୟ ଆଲୋଚନା କରିଥିଲେ |

ଭୈରବୀ ମନ୍ଦିର ରେ ଚାଲୁଥିବା ଗାର୍ଡ ୱାଲ ଓ ପାର୍କ ନବ ନିର୍ମିତ ହାଇସ୍କୁଲର କାର୍ଯ୍ୟ ଜିଲ୍ଲାପାଳ ବୁଲି ଦେଖିଥିଲେ | ସେହିପରି ଆଦର୍ଶ ହସ୍ପିଟାଲ ପାଇଁ ପୁରୁଣାକଟକ ଉପକଣ୍ଠ ରେ ସ୍ଥାନ ଦେଖିଥିଲେ | ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ସ୍ଥାୟୀ ବସଷ୍ଟାଣ୍ଡ,ପାର୍କ,ଶ୍ମାଶନ,ସହରାଞ୍ଚଳ ଓ଼ ଫାଣ୍ଡି ସ୍ଥାପନ ନିମନ୍ତେ ଆଲୋଚନା ହୋଇଥିଲା | ଏଥିସହ ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କୁ ଅଧିକ କ୍ରିୟାଶୀଳ କରାଯିବା ନେଇ ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଥିଲା |

ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର,ହରଭଙ୍ଗା ବିଡ଼ିଓ ସୁବାସ ଯାନୀ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ | ପୁରୁଣାକଟକ ନାଗରିକ କମିଟି ଆବାହକ ସୁକାନ୍ତ ପଟ୍ଟନାୟକ, ଉପଦେଷ୍ଟା ବିଜୟକୁମାର କହଁର, ସତୀଶ ବେହେରା,ଜଗଦାନନ୍ଦ ସାହୁ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ |