ସାମ୍ୱାଦିକ ଅରିନ୍ଦମ ଦାସ ଙ୍କ ସ୍ନୁତିରେ ରାଇକିଆ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

0
158

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ,(୨୬/୦୯) : ରାଇକିଆ-କଟକ ମୁଣ୍ଡୁଳି ଠାରେ ମହାନଦୀରେ ଫସିଥିବା ଏକହାତୀ ଛୁଆ ର ଉଦ୍ଧାର ସଂପର୍କିତ ଖବର ସଂଗ୍ରହ ପାଇଁ ଯାଇ ଥିବା ବେଳେ ଓଡ୍ରାଫ୍ଟ ବୋଟ ଓଲଟି ପ୍ରାଣ ହରାଇଥିବା ଦିବଂଗତ ସାମ୍ୱାଦିକ ଅରିନ୍ଦମ ଦାସ ଙ୍କ ସ୍ନୁତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2021 09 26 at 10.30.07 AM ସାମ୍ୱାଦିକ ଅରିନ୍ଦମ ଦାସ ଙ୍କ ସ୍ନୁତିରେ ରାଇକିଆ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆଜି ରାଇକିଆ ଜୋନାଲିଷ୍ଟ ଆସୋସିଏନର ତରଫ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଇକିଆ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ଦୁଃସାହସିକ ସାମ୍ବାଦିକତା ପାଇଁ ସାମ୍ୱାଦିକ ଅରିନ୍ଦମ ଦାସ ସବୁବେଳେ ମନେ ରହିବେ ବୋଲି ପ୍ରକାଶ କରିବା ସହ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରି ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, କୃଷ୍ଣ ବେହେରା, ଅଭିମନ୍ୟୁ ପଣ୍ଡା, ନାରାୟଣ ମହାନ୍ତି,ମନୋଜ ବେହେରା, ଜୟାନନ୍ଦ ନାୟକ, ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଧର ଦାସ, ସୁରେନ୍ଦ୍ର ପଣ୍ଡା,ସୁଧାଂଶୁ ପାଣିଗ୍ରାହୀ, ସଞ୍ଜୀବ ବେହେରା, ମିଟୁ ପଣ୍ଡା, ସୁଦର୍ଶନ ବେହେରା,ମିଥୁନ ଦିଗାଲ, ରୋସନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଜୋନାଲିଷ୍ଟ ଆସୋସିଏନର ସଦସ୍ୟ ଜଗଦୀଶ ଦାଶ, କୁନାଲ ବେହେରା, ଆଦିତ୍ୟ ପ୍ରସାଦ ପାଢୀ, ମୋଷେଶ ଦିଗାଲ, ବସନ୍ତ ବେହେରା, ପ୍ରଦୀ ବେହେରା, ସୁକାନ୍ତ କୁମାର ପଣ୍ଡା, ଉପସ୍ଥିତ ଥିଲେ । ମୋଷେଶ ଦିଗାଲ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।