ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ : ଅହେତୁକ ଦର ବୃଦ୍ଧି କୁ ବିରୋଧ

0
312

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ,ହରଭଙ୍ଗା,(୦୫/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କଂଗ୍ରେସ ର ଚାରିଛକ ସ୍ଥିତ ଶୈବ ମନ୍ଦିର ପରିସର ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପଙ୍କଜ କୁମାର କର୍ଣ୍ଣଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି |

ବର୍ତମାନ କେନ୍ଦ୍ର ଏବଂ ରାଜ୍ୟକୁ ଶାସନ କରୁଥିବା ଉଭୟ ବିଜେପି ଓ ବିଜେଡ଼ି ସରକାର ମଧ୍ୟବିତ୍ତ, ଗରୀବ ଶ୍ରେଣୀର ଲୋକ ମାନଙ୍କୁ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସମୂହ ର ଅହେତୁକ ଭାବେ ଦର ବୃଦ୍ଧି ଘଟାଇ ଶୋଷଣ କରି ଚାଲିଛନ୍ତି | ଯାହା ଫଳରେ ସରକାର ଙ୍କ ଗରୀବ ହଟାଅ ଯୋଜନା ଏବେ ଗରୀବ ବଢ଼ାଅ ଆଡକୁ ଗତି କରୁଛି ତେଣୁ ଏବେ ଆମ ବ୍ଲକ କଂଗ୍ରେସ ର କର୍ମକର୍ତ୍ତା ମାନେ ଗାଁକୁ ଗାଁ ଯାଇ ଲୋକଙ୍କୁ ବୁଝାଇବା ସହ ସଚେତନ କରିବାକୁ ହେବ ବୋଲି ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀ ନବ କୁମାର ମିଶ୍ର ଏହି ସଭାରେ ଯୋଗ ଦେଇ ତାଙ୍କ ଅଭିଭାଷଣ ରଖିଥିଲେ |

ଆଗକୁ ପଂଚାୟତ ନିର୍ବାଚନ ହେବ, ତେଣୁ ଆମ୍ଭ ମାନଙ୍କୁ ପ୍ରତ୍ୟେକ ୱାର୍ଡ ମେମ୍ବର ସ୍ତରରୁ ସଂଗଠନ କୁ ମଜଭୁତ କରି ଗଢ଼ି ତୋଳିବା ପାଇଁ ପ୍ରୟାସ କରିବାକୁ ହେବ ବୋଲି ଆଲୋଚନା ହୋଇ ଥିଲା |

ହରଭଙ୍ଗା ବ୍ଲକ ଭିତରେ ତିନିଗୋଟି ଜିଲ୍ଲା ପରିଷଦ ଜୋନ ରହିଥିବା କାରଣରୁ ପ୍ରତ୍ୟେକ ଜୋନ ଭିତରେ ରହିଥିବା ପଂଚାୟତ ମାନଙ୍କରେ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତି ବିଶେଷ ଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବା ସହ ବିଭିନ୍ନ ବ୍ଲକ କର୍ମକର୍ତ୍ତା ଙ୍କ ଉପରେ ଏହି ଦାୟିତ୍ୱ ଅର୍ପଣ କରାଯାଇ ଥିବା ଜଣା ଯାଏ |

୯ ନମ୍ବର ଜୋନ ପାଇଁ କୃଷ୍ଣ ଚନ୍ଦ୍ର ପ୍ରଧାନ, ନିରାକାର ବେହେରା ଏବେ ଚିତ୍ରସେନ ମଲ୍ଲିକ ଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇ ଥିବା ବେଳେ ନିରାକାର ବେହେରା ସମ୍ପୂର୍ଣ୍ଣ ଭାବେ ସଂଯୋଜନା କରିବେ ବୋଲି ନିଷ୍ପତ୍ତି ନିଆ ଯାଇଥିବା ଜଣା ପଡେ | ୮ ନମ୍ବର ଜୋନ ପାଇଁ ପ୍ରଦୀପ ଯୋଶୀ ଏବେ ପ୍ରଦୀପ ବେହେରା ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରା ଯାଇଥିବା ଜଣା ପଡେ ଏବଂ ୭ ନମ୍ବର ଜୋନ ପାଇଁ ବେଣୁଧର ମେହେର, ସିଦ୍ଧେଶ୍ୱର ବେହେରା, ପୌଲସ୍ତି ପ୍ରଧାନ, ପ୍ରଦ୍ୟୁମ୍ନ ଧଳ ଏବଂ ବୁଦ୍ଧଦେବ ପ୍ରଧାନ ଙ୍କ ଉପରେ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବିଷୟରେ ଜଣା ପଡେ |

ଆଜିର ଏହି ବୈଠକ ରେ ହରଭଙ୍ଗା ବ୍ଲକ କଂଗ୍ରେସ ର ବହୁ ପଦାଧିକାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ର ସଭାପତି ଙ୍କ ବ୍ୟତୀତ ଉପ ସଭାପତି ଶ୍ରୀ ସମରେଶ ମିଶ୍ର ଏବଂ ସମ୍ପାଦକ ଶ୍ରୀ ଅର୍ଜୁନ ମହାନନ୍ଦିଆ ପ୍ରମୁଖ ଯୋଗଦେଇଥିଲେ |