ଜଳିଗଲା ୩ ବଖରା ଘର , ଲକ୍ଷାଧିକ ସମ୍ପତି ନଷ୍ଟ

0
19
ଜଳିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୫/୦୫) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ରହଣି ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ତିନି ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ଜଳିଗଲା ୩ ବଖରା ଘର , ଲକ୍ଷାଧିକ ସମ୍ପତି ନଷ୍ଟ । କିନ୍ତୁ ନିଆଁ ଦାଉରୁ ପରିବାର ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି । ସୂଚନା ଅନୁସାରେ ଛତ୍ରଙ୍ଗ ଗ୍ରାମ ରହଣି ସାହିର ରାଜୀବ ବେହେରା ଓ ତାଙ୍କ ପିତା ମହେନ୍ଦ୍ର ବେହେରାଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ତିନି ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ତେବେ କୈାଶଳ କରି ଘର ଲୋକ ବାହାରକୁ ବାହାରି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବ ପତ୍ର, ଟିଭି, ଫ୍ରିଜ, କୁଲର, ଧାନ, ଚାଉଳ ସମେତ ନଗଦ ୧୫ ହଜାର ଟଙ୍କା ଓ ତିନି ବଖରା ଘର ସବୁ କିଛି ପୋଡି ପାଉଁଶ ହୋଇଯାଇଛି ।

Leave a Reply