ଧକ୍କା ଦେଲା କମ୍ପାନୀ ଗାଡ଼ି : ଟାୟାର ଜାଳି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

0
14
ଧକ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୦୬/୦୫) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅଘଟଣ । ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ମୃତ ଶ୍ରମିକ ଜଣକ ହେଲେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ । ଏହାର ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକ ଠାରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି । ଦିନ ବେଳା ଅସହ୍ୟ ଗରମ ହେତୁ ରାସ୍ତାର ପିଚୁ କାର୍ଯ୍ୟ ରାତିରେ ହେଉଥିଲା । ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ-ମାର୍ଶାଘାଇ କେନାଲ ରୋଡରେ ଶହ ଶହ ଗାଡି ଅଟକି ରହିଛି ।

Leave a Reply