ଓଡିଶା ସାମ୍ବାଦିକ ସଂଘ (ଓ ଜେୟୁ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବେଳାଭୂମି ସ୍ଵଛତା କାର୍ଯ୍ୟକ୍ରମ

0
39
ଓଡିଶା ସାମ୍ବାଦିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଂଜାମ, (୧୨/୦୩) : ଓଡିଶା ସାମ୍ବାଦିକ ସଂଘ (ଓ ଜେ ୟୁ) ଗଞ୍ଜାମ ଜିଲ୍ଲା ତରଫରୁ ବଟେଶ୍ଵର ବେଳା ଭୂମିରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 03 12 at 10.30.48 1 ଓଡିଶା ସାମ୍ବାଦିକ ସଂଘ (ଓ ଜେୟୁ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବେଳାଭୂମି ସ୍ଵଛତା କାର୍ଯ୍ୟକ୍ରମ

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସ୍ଵତନ୍ତ୍ର ସ୍ଥାନ ପାଇଥିବାବେଳେ ଓ ଜେ ୟୁ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସମ୍ବାଦିକ ମାନଙ୍କୁ ନେଇ ପ୍ରଥମେ ବେଳାଭୂମି ସଫେଇ କରାଯାଇଥିଲା l ପରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ କୁ ନେଇ ଏକ ଜନ ସଚେତନାତା ସଭା ଅନୁଷ୍ଠିତ ହୋଇଥିଲା l ସମୁଦ୍ର ମଧ୍ୟରେ ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ଅଲିଭ ରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମତ ପ୍ରକାଶ ପାଇଥିଲା l ତତ ସହିତ ସାମୁଦ୍ରିକ କଇଁଚ ସୁରକ୍ଷା କୁ ନେଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା l

ଏଥିରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ବ୍ରହ୍ମପୁର ଡି ଏଫ ଓ ଶନି ଖୋଖର, ଏସଇଏଫ,ତଥା ଖଲ୍ଲିକୋଟ ରେଞ୍ଜର ଦିବ୍ୟଶଙ୍କର ବେହେରା ଖଲ୍ଲିକୋଟ୍ ଫରେଷ୍ଟର ପ୍ରସନ୍ନ କାର୍ଜୀ, ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ, ରମ୍ଭା ଫରେଷ୍ଟର ରତ୍ନାକର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସମ୍ବାଦିକ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ l ଓ ଜେ ୟୁ ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ସାହୁ, ରାଜ୍ୟ ସବ କମିଟି ମହିଳା ଆବାହିକାବିଜୟଲକ୍ଷ୍ମୀମହାଙ୍କୁଡ଼ ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରସନ୍ନ କୁମାର ଦାଶ, ଉପସ୍ଥିତ ରହିବା ସହ ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଡ଼ିଏଫ ଓ ଓ ରେଞ୍ଜର ସାମୁଦ୍ରିକ କଇଁଚ ସୁରକ୍ଷା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ l

ଶେଷରେ ପ୍ରେସକ୍ଳବ ସମ୍ପାଦକ ବିଦ୍ୟାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ମହାରଣା,ସହ ସମ୍ପାଦକ ଟୁଟୁ ମହାପାତ୍ର, ସରୋଜ କୁମାର ପଟନାୟକ ଭଗବାନ ଦାଶ,ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହି, ପ୍ରଦୀପ କୁମାର ସାହୁ ପ୍ରମୁଖ ଓ ଜେ ୟୁ ଜିଲ୍ଲା କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା ଙ୍କ ସହ ଖଲ୍ଲିକୋଟ୍ ବନ କର୍ମଚାରୀ ଉପସ୍ଥିତ ରହି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।