ପାନ ଓ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

0
21
ପାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୯/୦୪) : ପାନ ଏବଂ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ବଳରାମପୁର ହନୁମାନ ମନ୍ଦିର ନିକଟରେ । ମୃତ ଯୁବକ ଜଣଙ୍କ ହେଲେ ଅକ୍ଷୟ ଖଟୁଆ । ଗତକାଲି ଅକ୍ଷୟ କାମରୁ ଘରକୁ ଫେରିବା ବେଳେ ହନୁମାନ ମନ୍ଦିର ନିକଟରେ ଥିବା ଦୋକାନରେ ପାନ କିଣୁଥିଲେ । ଏହି ସମୟରେ ରୁଦ୍ର ସେଠାରେ ପହଞ୍ଚିଥିଲେ । ଅକ୍ଷୟଙ୍କୁ ପାନ ଏବଂ ଥଣ୍ଡା ପାନୀୟ କିଣି ଦେବାରୁ କହିଥିଲେ । ହେଲେ ଅକ୍ଷୟ ଦେବାକୁ ମନା କରି ଦେଇଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ରୁଦ୍ର ଉତ୍ତ୍ୟକ୍ତ ହୋଇ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାସହ ଅଭିଯୁକ୍ତ ରୁଦ୍ରକୁ କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଥିଲେ । ରୁଦ୍ର ଅକ୍ଷୟଙ୍କୁ ପାନ ଏବଂ ଥଣ୍ଡା ପାନୀୟ ଦେବା ପାଇଁ ମନା କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଏହାପଛରେ ଅନ୍ୟ କିଛି କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ।

Leave a Reply