ବରିଷ୍ଠ ନେତାଙ୍କ ସହ ସହଯୋଗ କ୍ରମେ ଜମୁଛି ରୁପ ଭଦ୍ରାଙ୍କ ପ୍ରଚାର

0
156
ବରିଷ୍ଠ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୯/୫) : କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ୍ ରେଙ୍ଗାଲ ଗୁଡ଼ା,ଜୁଝାରୀ, କାମରା ଇତ୍ୟାଦି ପଞ୍ଚାୟତରେ ବି.ଜେ.ପି. ବିଧାୟକ ପ୍ରାର୍ଥୀ ରୂପ ଭତ୍ରା ଜୋର ସୋରରେ ପ୍ରଚାର କରୁଥିବା ଦେଖା ଯାଇଥିବା ବେଳେ ବରିଷ୍ଠ ଭା.ଜ.ପା. ନେତାଙ୍କ ସହଯୋଗ ଓ ପରାମର୍ଶ ଲୋଡିଥିବା ଜଣାପଡ଼ିଛି ।

ଏହି କ୍ରମରେ ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାସ୍କର ଭଟ୍ଟଙ୍କ ସମେତ ଅନେକ ପୁରୁଣା ଭାଜପା ନେତାଙ୍କ ଆଶୀର୍ବାଦ କାମନା କରିଥିଲେ । ପୂର୍ବତନ ସାମରିକ କର୍ମଚାରୀ ତଥା ଜଣେ ଶୃଙ୍ଖଳିତ ସମାଜ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ମିଷ୍ଟଭାସୀ ରୂପ ଭତ୍ରା କୋଟପାଡ଼ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପାଇଥିବାରୁ ସବୁ ମହଲରେ ଉତ୍ସାହ ଦେଖା ଦେଇଛି । ଜନ ସାଧାରଣ ସ୍ଵତଃ ପ୍ରବୃତ୍ତ ଭାବେ ଶ୍ରୀଭତ୍ରାଙ୍କ ସହ ଯୋଗାଯୋଗ କରିବାକୁ ଉତ୍ସାହ ପ୍ରକଟ କରୁଛନ୍ତି । ସୈନିକ ଭାବରେ ଦେଶକୁ ସେବା ଯୋଗାଉ ଥିବା ବେଳେ ଯେଉଁ ରାଷ୍ଟ୍ର ଭକ୍ତି ଓ ଶୃଙ୍ଖଳା ଓ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଛନ୍ତି, ତାହା ତାଙ୍କ ନିର୍ବାଚନ ବିଜୟ ପରବର୍ତ୍ତୀ ସମୟର ରାଜନୀତିକ କାର୍ଯ୍ୟକଳାପରେ ପ୍ରତିଫଳିତ ହେବା ସହ ସାମାନ୍ୟ ପଲ୍ଲୀବାସୀଙ୍କ ସ୍ଵର ଯେପରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଁଞ୍ଚିବ, ସେଥିପାଇଁ ସେ ସର୍ବଦା ଚେଷ୍ଟିତ ରହିବେ ତଥା ୨ ଥର ପଦ୍ମ ଫୁଲ ଚିହ୍ନରେ ବଟନ୍ ଦାବି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବରିଷ୍ଠ ଭାଜପା ନେତା ଭାସ୍କର ଭଟ୍ଟ ଆହ୍ୱାନ କରିଛନ୍ତି ।

Leave a Reply